ଦିବ୍ୟ ଜୀବନ ସଂଘର ରୌପ୍ୟ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟ ଜୀବନ ସଂଘ, ଇସ୍ପାତ ନଗରୀ ଶାଖାର ତିନି ଦିନ ବ୍ୟାପୀ ରୌପ୍ୟ ଜୟନ୍ତୀ ପାଳନ ଅବସରରେ ସହରର ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ସଚେତନତା ଉଦ୍ଦେଶ୍ୟରେ ପୂର୍ବରୁ ବଣ୍ଟାଯାଇଥିବା ପୁସ୍ତକ ଆଧାରରେ ଏକ ଲିଖିତ ପ୍ରତିଯୋଗିତା କରାଯାଇଥିଲା । ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଓ ସମସ୍ତ ପ୍ରତିଯୋଗୀଙ୍କୁ ସେକ୍ଟର ୭ସ୍ଥିତ ଶିବାନନ୍ଦ ଆଶ୍ରମରେ ପୁରସ୍କାର ଓ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ଏହି ଅବସରରେ ପୂଜ୍ୟ ସ୍ୱାମୀ ବ୍ରହ୍ମ ସାକ୍ଷାତକାର ନନ୍ଦ ସରସ୍ଵତୀ ମହାରାଜ, ପୂଜ୍ୟ ସ୍ୱାମୀ ସ୍ୱରୁପାନନ୍ଦ ସରସ୍ଵତୀ ମହାରାଜ, ପୂଜ୍ୟ ବ୍ରହ୍ମଚାରୀ ପ୍ରଣବ ଚୈତନ୍ୟ ମହାରାଜ, ଡ଼ଃ ଜୟନ୍ତ କୁମାର ଆଚାର୍ୟ୍ୟ, ଇଂ ଆଲୋକ ରଂଜନ ମଲ୍ଲିକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସଂଘର ସଭାପତି ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀଙ୍କ ତତ୍ତ୍ଵାବଧାନରେ ଉତ୍ସବ ଗୁରୁ ପାଦପୂଜାରୁ ଆରମ୍ଭ କରି, ପୁରସ୍କାର ବିତରଣ ଓ ପ୍ରସାଦ ସେବନ ସହ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ।

Leave A Reply

Your email address will not be published.