ମୁରିବାହାଲ ଡିଗ୍ରୀ କଲେଜରେ ‘ଚିନ୍ତାମୁକ୍ତ ଜୀବନ’ ବିଷୟ ନେଇ ଆଲୋଚନାଚକ୍ର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଓ ପଞ୍ଚାୟତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଉଦ୍ୟମରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାର ବିଷୟ “ଚିନ୍ତା ମୁକ୍ତ ଜୀବନ” ଥିଲା । ସଭାର ଆବାହକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ହଂସରାଜ ଜୈନ ଥିଲେ । ଏହି ସଭାରେ ମାର୍ଗଦର୍ଶକ ରୂପେ ଜୈନମୁନି ଆଚାର୍ଯ୍ୟ ଅରବିନ୍ଦ ମୁନି ଚିନ୍ତାମୁକ୍ତ ଜୀବନ ଉପରେ ବିସ୍ତୃତ ଆଲୋଚନା କରି ଚିନ୍ତାମୁକ୍ତ ରହି ନିରୋଗ ରହିବା ଉପରେ ଆଲୋଚନା କରିଥିଲେ । ସଭାରେ ସଭାପତିତ୍ୱ କରିଥିଲେ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକ । ଉକ୍ତ ସଚେତନ ସଭା/ଚିନ୍ତାମୁକ୍ତ ଆଲୋଚନାଚକ୍ରରେ ଦୁଇ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । ଅଧ୍ୟାପକ ଗୁଣ ସାଗର ମେହେର ଓ ଅଧ୍ୟାପିକା ସୁଶ୍ରୀ ସ୍ୱାଗତିକା ସାହୁ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ । ଏଥିରେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ, ଘନଶ୍ୟାମ ଖମାରି, ବିଘ୍ନରାଜ ରଣା, ସୋମେଶ ଦତ୍ତ ହୋତା, ହୃଦାନନ୍ଦ ପୁହାଣ, ଲଳିତ କୁମାର ବଘାର, ସରିତା ରଣା, ଜସ୍ମିତା ବେହେରାଙ୍କ ସହିତ ସମସ୍ତ ଅଧ୍ୟାପକ/ଅଧ୍ୟାପିକା, ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ସାମ୍ବାଦିକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଆବାହକ ଶ୍ରୀ ଜୈନ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରି ସମସ୍ତେ ଚିନ୍ତାମୁକ୍ତ ଜୀବନ ବିତାଇବାକୁ ନିବେଦନ କରିଥିଲେ । ମୁନିଙ୍କ ସମସ୍ତ ଉପାଦେୟ ତଥ୍ୟକୁ ସମସ୍ତେ ଅତି ଆଦରର ସହିତ ଗ୍ରହଣ କରିଥିଲେ । ସଭା ଶେଷରେ ଡିଗ୍ରୀ ମହାବିଦ୍ୟାଳୟର ବରିଷ୍ଠ ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ପଶାୟତ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.