csstore

ହରଭଙ୍ଗାରେ ଜେଆର୍‌ସି ସେବା ଶିବିର

ସାଲେଭଟା, (କେପିଏନ୍‌ଏସ୍‌) : ସ୍ଥାନୀୟ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଜୁନିୟର ରେଡକ୍ରସ ୟୁନିଟ୍‌ ତରଫରୁ ସାମାଜିକ ସେବା ଶିବିର ଅୟୋଜିତ ହୋଇଯାଇଛି । ହରଭଙ୍ଗା ଗ୍ରାମରେ ପବିତ୍ର କାର୍ତ୍ତିକ ମାସରେ କଳାସୀ ଯାତ୍ରା ଆୟୋଜିତ ହୋଇଥିବା ଅବସରରେ ସ୍କୁଲର ରେଡକ୍ରସ ୟୁନିଟ ତରଫରୁ ସମବେତ ଭକ୍ତ ଓ ଦର୍ଶନାର୍ଥୀ ମାନଙ୍କୁ ଦହି ସରବତ, ଜଲଜିରା, ଥଣ୍ଡା ପାନୀୟ ବଂଟନ କରାଯାଇଛି । ଶିବିରକୁ ସରପଞ୍ଚ ରଥି ସାହୁ ଉଦ୍‌ଘାଟନ କରିଥିଲେ । ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ସୁବାଷ ପଟେଲ, ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ଆଗଲପୁର ବ୍ଲକ ପ୍ରାଥମିକ ସଂଘର ସଭାପତି ଜୟରାମ ଧଳ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ସେବା କାର୍ଯ୍ୟର ପ୍ରଂଶସା କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ପଶାୟତ ସଭାପତିତ୍ୱ କରିଥିଲେ । ହରଭଂଗା ସ୍କୁଲର ୨୦ ଜଣ ଜୁନିୟର ଏବଂ ପଡୋଶୀ ସ୍କୁଲ ସାଲେଭଟା ଓ ମୁର୍ଷୁଣ୍ଢ ସ୍କୁଲର ୧୦ ଜଣ ଜୁନିୟରମାନେ ନିଜର ପରାମର୍ଶଦାତାଙ୍କ ସହିତ ଏହି ଶିବିରରେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ଚେୟାରମ୍ୟାନ ବିପିନ ସାହୁ, ସିଆର୍‌ସିସି ସଦାନନ୍ଦ ଭୋଇ, ଅନିରୁଦ୍ଧ ଭୋଇ, ବାବୁଲାଲ ସାହୁ, ଶିକ୍ଷକ ରୁଷଭ ପଧାନ, ଧରିତ୍ରୀ ସାହୁ, ପିଙ୍କି କର୍ଣ୍ଣ, ଗୋବିନ୍ଦ ସାହୁ, ରାଜକିଶୋର ମହାକୁର, ଦିଲ୍ଲୀପ କୁମାର ଥନାପତି, ମଂଟେଶ ସାହୁ, ସୁଶାନ୍ତ କୁମାର ନନ୍ଦ, ଅବସରପ୍ରାପ୍ତ ଶିକ୍ଷକ ଅମର ସାହୁ, ନେତ୍ରାନନ୍ଦ ସାହୁ, ସ୍ୱେଚ୍ଛାସେବୀ ଅରୂପା ପଧାନ, ବଳିଷ୍ଠ ବାରିକ, ସୁଶୀଲ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ଷଡଙ୍ଗୀ ପ୍ରମୁଖ ଶିବିରରେ ଉପସ୍ଥିତ ରହି ସେବା କାର୍ଯ୍ୟରେ ସହଯୋଗ କରିଥିଲେ । ପରିଶେଷରେ ବର୍‌ିଷ୍ଠ ଶିକ୍ଷକ ଗୋବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.