csstore

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆରମ୍ଭ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗୁରୁବାର ଦିନଠାରୁ ଆରମ୍ଭ ହୋଇଯାଇଛି । ପ୍ରଥମେ ଟିଟିଲାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଘଣ୍ଟାଶୁଣିଙ୍କ ମନ୍ଦିରକୁ ଆସି ମଶାଲ ଜଳାଇ ସେଠାରୁ ଦୌଡ଼ି ଦୌଡ଼ି ଖେଳ ପଡିଆକୁ ଯାଇଥିଲେ । ଏହି କ୍ରୀଡା ପ୍ରତିଯୋଗିତାର ଉଦ୍‌ଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ସହରର ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ଅଗ୍ରୱାଲ, ସ୍କୁଲର ମେନେଜମେଣ୍ଟ ଟ୍ରଷ୍ଟି ଶ୍ରୀମତୀ ଶ୍ୟାମାଲତା ଅଗ୍ରୱାଲ, ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜତି ପତାକା ଉତ୍ତୋଳନ କରି ଖେଳ ଆରମ୍ଭ ହୋଇଥିଲା । ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ପେରେଡ ହେବା ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହି କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିବା ପାଇଁ ଖେଳ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଏହି ଭଳି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରିପାରି ଜିଲ୍ଲା ତଥା ରାଜ୍ୟ ଓ ପରେ ଦେଶ ସ୍ତରୀୟ ଖେଳରେ ଅଂଶଗ୍ରହଣ କରିପାରିବେ ବୋଲି ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜତି କହିଥିଲେ । ସ୍କୁଲର ଶିକ୍ଷୟତ୍ରୀ ଧରିତ୍ରୀ ମହାନ୍ତିଙ୍କ ନେତୃତ୍ୱରେ ସ୍କୁଲରୁ ଖେଳ ପଡିଆ ଯାଏଁ ମଶାଲ ଶୋଭାଯାତ୍ରା ବାହାରିଥିବା ବେଳେ ଶିକ୍ଷକ ଶ୍ରୀ ମହାପାତ୍ର, ଶ୍ରୀମତୀ ଅନୁ ବେହେରା ମଞ୍ଚ ପରିଚାଳନା ଏବଂ ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.