‘କୋଶଳ ପ୍ରବାହ’ର ପ୍ରଭାବ : ଖବର ପ୍ରସାରଣ ପରେ ପୁଣି ଥରେ ନିର୍ମାଣ ହେଲା ରାସ୍ତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡରୁ ବଲାଙ୍ଗିର ଯିବା ଏମ୍‌ଡିଆର୍‌ ୪୦ ରାସ୍ତାର ମରାମତି କାର୍ଯ୍ୟ ଚାଲିଥିଲା । କାର୍ୟ୍ୟର ମାନ ଅତି ନିମ୍ନ ମାନର ଅଭିଯୋଗ କରିଥିଲେ ଗ୍ରାମବାସୀ ଓ ବିଜେପି ନେତା ମହେନ୍ଦ୍ର ଠାକୁର । ସୋମବାର ଦିନ ଆମ ‘କୋଶଳ ପ୍ରବାହ’ରେ ଖବର ପ୍ରସାରଣ ହେବା ପରେ ଆମ ପ୍ରତିନିଧି ସଞ୍ଜୟ କୁମାର ନାୟକ କଣ୍ଟାବାଞ୍ଜି ଠାରେ ଥିବା ରାସ୍ତା ଓ କୋଠାବାଡ଼ି ବିଭାଜନ କାର୍ଯ୍ୟାଳୟର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିବା ପରେ ଦୁଇ ଦିନ ସମୟ ମାଗିଥିଲେ । ଦୁଇ ଦିନ ମଧ୍ୟରେ ପୁଣି ଥରେ ସେହି ରାସ୍ତା କାମ କରିବାକୁ ଟିଟିଲାଗଡର ଅଧିକାରୀ ଓ ଠିକାଦାରଙ୍କୁ ତାଗିଦ କରିଥିଲେ । ଫଳ ସ୍ୱରୂପ ଗୁରୁବାର ଦିନ ଆମ ପ୍ରତିନିଧି ସେହି ଶିକେର ଓ ବାଞ୍ଜିଝାଲ ଗ୍ରାମକୁ ଯାଇ ସ୍ଥିତି ନିରୀକ୍ଷଣ କରିଥିଲେ । ଗ୍ରାମବାସୀଙ୍କ କହିବାନୁଯାୟୀ ଖବର ପ୍ରସାରଣର ଗୋଟିଏ ଦିନ ପରଠାରୁ ରାତି ଦିନ ଉଭୟ ସମୟରେ ରାସ୍ତା କାମ ପୁଣି ଥରେ କରାଯାଇଛି ।

Leave A Reply

Your email address will not be published.