ବଣାଇଗଡ଼ ମହାବିଦ୍ୟାଳୟରେ ୫୧ତମ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ବଣାଇଗଡ଼, (ହବିବ ମହମ୍ମଦ ଖାନ୍‌) : ବଣାଇଗଡ଼ ମହାବିଦ୍ୟାଳୟରେ ଅନୁଷ୍ଠାନିକ ଭାବେ ୫୧ତମ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ କ୍ରୀଡା ଦୀପ ପ୍ରଜ୍ୱଳନ କରି ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ କୁମାର ସାହୁ ଉଦ୍‌ଘାଟନ କରିଥିଲେ । ବଣାଇ ଆରାଧ୍ୟ ବାଣେଶ୍ୱର ମନ୍ଦିରରୁ ଏକ କ୍ରୀଡା ଜ୍ୟୋତି ସହର ପରିକ୍ରମା କରି ମଞ୍ଚରେ ପହଂଚି ଥିଲା । କ୍ରୀଡ଼ାବିତ୍‌ଙ୍କ ଗହଣରେ ମଶାଲ ପ୍ରଜ୍ୱଳିତ ହୋଇଥିଲା । ଉପଜିଲ୍ଲାପାଳ କ୍ରୀଡ଼ାବିତ ଏବଂ ଯୁବ ବର୍ଗଙ୍କୁ ସମାଜ ଏବଂ ଦେଶର ବିକାଶରେ ଭାଗିଦାରୀ ସମ୍ବନ୍ଧରେ ଅବଗତ କରାଇଥିଲେ । ସରକାରଙ୍କ ଯୁବ ବିକାଶ ବିଭାଗର ବିଭିନ୍ନ ଯୋଜନାକୁ ସୂଚିତ କରିଥିଲେ । ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟବକ୍ତା ବୁଦ୍ଧିଜୀବୀ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅଧ୍ୟାପକ ଶୁଭେନ୍ଦ୍ରନାଥ ମଲ୍ଲିକ ସମ୍ମାନିତ ଅତିଥ ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଭୂପେନ ବେହେରା ମଂଚାସୀନ ହୋଇଥିଲେ ମହାବିଦ୍ୟାଳୟ ଅଧ୍ୟକ୍ଷ ଜେନାମଣୀ ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗୀ କର୍ମଚାରୀ ଅତି ଉତ୍ସାହ ସହିତ ଏ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.