csstore

ସୁନ୍ଦରଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବଣାଇଗଡ଼, (ହବିବ ମହମ୍ମଦ ଖାଁ) : ଆଜି ବଣାଇ ସାମ୍ବାଦିକ ଭବନରେ ସୁନ୍ଦରଗଡ଼ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅହୁତ ହୋଇଥିଲା । ସାମ୍ବାଦିକଙ୍କ ବିଭିନ୍ନ ଅସୁବିଧା ସାମାଜିକ ସୁରକ୍ଷା ଏବଂ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ସଭାପତି ପ୍ରଦୀପ ତ୍ରିପାଠୀ ସମ୍ପାଦକ ବିଭୁତି କର ବରିଷ୍ଟ ସାମ୍ବାଦିକ ଦାମୋଦର ସାହୁ ରଂଜିତ ଚୌଧୁରୀ ଗୌତମ ବାରିକ ନାରାୟଣ ବେହେରା ରାଜେନ୍ଦ୍ର ପ୍ରଧାନ ସୁରଜ ମହାନ୍ତି ପଞ୍ଚାନନ କର ଅଗସ୍ତି ନାୟକ ଖଗେଶ୍ୱର ପ୍ରଧାନ ଏବଂ ସଂଘର ସମସ୍ତ ପୁରାତନ ଏବଂ ନୂତନ ସଭ୍ୟ ଏକାଠି ହୋଇ ଆଗାମୀ ଦିନରେ ସମାଜ ପ୍ରତି ନିଜର ଗୁରୁ ଦାୟିତ୍ୱ ପ୍ରତି ଯତ୍ନବାନ ହେବାର ସଂକଳ୍ପ ନେଇଥିଲେ । ସଂଘର ଅନ୍ୟତମ ପୁରୁଖା ସଦସ୍ୟ ଦିଲ୍ଲୀପ ତ୍ରିପାଠୀଙ୍କ ଅସୁସ୍ଥତା ଜନିତ ପରିସ୍ଥିତିରେ ସମସ୍ତେ କିଛି ଅର୍ଥ ସଂଗ୍ରହ କରି ତାଙ୍କ ଚିକିତ୍ସାରେ ସହାୟତା ପାଇଁ ତାଙ୍କୁ ପ୍ରଦାନ କରିଥିଲେ । ଆଗାମୀ ଡିସେମ୍ବର ୨୫ ପ୍ରତିଷ୍ଠା ଦିବସ ପାଳନର ପ୍ରସ୍ତୁତି କଥା ମଧ୍ୟ ଆଲୋଚିତ ହୋଇଥିଲା ।

jayashree
Leave A Reply

Your email address will not be published.