ଛେଲିଆପାଟ ନୋଡାଲ ହାଇସ୍କୁଲରେ ଶିଶୁ ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଭରସୁଜା ସ୍ଥିତ ଛେଲିଆପାଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ସହକାରୀ ଶିକ୍ଷକ ଆନନ୍ଦ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଛାତ୍ର ସୁମନ ତାଣ୍ଡି, ରୁଦ୍ର ପ୍ରସାଦ ପଧାନ ଓ ଅଙ୍କିତ ସାହୁ ନିଜ ନିଜର ବକ୍ତବ୍ୟ ରଖିଥିବା ବେଳେ ଛାତ୍ରୀ ଚର୍ଚ୍ଚିତ ସାହୁ, ପ୍ରଚୂର୍ଯ୍ୟା ଭୋଇ, ରୋଷନି ମିଶ୍ର, ସାବିତ୍ରୀ ସୁନା, ସାଇନା ବେହେରା ପ୍ରମୁଖ ବକ୍ତବ୍ୟ ରଖିଥଲେ । ଏହି ଅବସରରେ ହିନ୍ଦୀ ଶିକ୍ଷକ ସଞ୍ଜୟ ସାହୁ, ଶିକ୍ଷକ ଦିଗମ୍ବର ସାହୁ, ବିଦ୍ୟାପତି ମିଶ୍ର, ସୁରେଶ ତାଣ୍ଡି ଓ ଶିକ୍ଷୟିତ୍ରୀ ସୁଜାତା ସାହୁ, ମିନାକ୍ଷୀ ପଧାନ, ସ୍ନିଗ୍ଧା ରାଣୀ ସାହୁ ପ୍ରମୁଖ ଜବାହରଲାଲ ନେହେରୁଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ଆଇଟି ଶିକ୍ଷକ ଦିଲ୍ଲୀପ ଡ଼ାଙ୍ଗ ସ୍ବାଗତ ଭାଷଣ ଦେଇଥିବା ବେଳେ ମୁକେଶ ଚୌହାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.