କୋଭିଡ କିଓସ୍କ ଉଦଘାଟିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିବା ପରିପ୍ରେକ୍ଷୀରେ ଓରମାସ ଓ ମିଶନ ଶକ୍ତି ସହାୟତାରେ କୋଭିଡ କିଓସ୍କ ଉଦଘାଟିତ ହୋଇଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ଲଗାଯାଇଥିବା ଏହି କୋଭିଡ କିଓସ୍କ ଷ୍ଟଲକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତିବାସ ରାଉତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ସେନିଟାଇଜର, ଖାଡା, ମାସ୍କ ଆଦି ବିକ୍ରି କରାଯାଉଛି । ସେହିପରି ଏଠାରେ ଗ୍ରୁପ ଦ୍ବାରା ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଏବଂ ପୋଷାକ ମଧ୍ୟ ମିଳିପାରିବ ବୋଲି ସୂଚୀତ କରାଯାଇଛି ।

Leave A Reply

Your email address will not be published.