csstore

ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକଙ୍କୁ ଧରି କରାଗଲା କୋର୍ଟ ଚାଲାଣ : ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସ୍‌ଡିପିଓ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଟିଟିଲାଗଡ ସହର ତଥା ଆଖପାଖ ଅଞ୍ଚଳକୁ ଟିଟିଲାଗଡ ଦେଇ ଗଞ୍ଜେଇ ବାରମ୍ବାର ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦେଶ କ୍ରମେ ଟିଟିଲାଗଡ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ଏକ ଟିମ୍‌ ଗଠନ କରି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ହାଟପଦାପଡ଼ାର ହମିଦ ଖାଁଙ୍କୁ ଧରିବାରେ ସଫଳ ହୋଇଛି ଟିଟିଲାଗଡ ପୋଲିସ । ତାଙ୍କଠାରୁ ୬ କିଗ୍ରା ୮ ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ହମିଦ ଖାଁଙ୍କଠାରୁ କିଛି ଟଙ୍କା ଏବଂ ଗୋଟିଏ ମୋବାଇଲ ଜବତ କରାଯାଇଛି । ଅଭିଯୁକ୍ତ ହମିଦ ଖାଁ ପୂର୍ବରୁ ଏକ ହତ୍ୟା ଅଭିଯୋଗରେ ମଧ୍ୟ ଗିରଫ ହୋଇ ଏବେ ବେଲରେ କିଛି ମାସ ପୂର୍ବେ ଆସିଥିଲେ । ପୁଣି ଏହି ଗଞ୍ଜେଇ ଚାଲାଣରେ ଗିରଫ ହେବା ଖବର ସହରରେ ଚର୍ଚ୍ଚା ହେଉଛି ।

jayashree
Leave A Reply

Your email address will not be published.