oom

କୋର କାର୍ବନ ଚିରନ୍ତନ ଧାନ ପଦକ୍ଷେପ ଭାରତ ଗୋଲଡ଼ ଷ୍ଟାଣ୍ଡାର୍ଡ ଅନ୍ତର୍ଗତ ଅଂଶୀଦାରମାନଙ୍କ ପରାମର୍ଶ ବୈଠକ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଜଳଛାୟା ପ୍ରକଳ୍ପ ଭବନଠାରେ କୋର କାର୍ବନ ଚିରନ୍ତନ ଧାନ ପଦକ୍ଷେପ ଭାରତ ଗୋଲଡ଼ ଷ୍ଟାଣ୍ଡାର୍ଡ ଅନ୍ତର୍ଗତ ଅଂଶୀଦାରମାନଙ୍କ ଦିନିକିଆ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମାର୍ଧରେ ରୋଜାଲିନ ଭୂୟାଁ, ସମ୍ପାଦିକା ମହାଶକ୍ତି ଫାଉଣ୍ଡେସନ ସମସ୍ତ ଅଂଶୀଦାରମାନଙ୍କୁ ସ୍ୱାଗତ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ମୃତି ରଂଜନ ସେଠି, ପ୍ରକଳ୍ପ ମୁଖ୍ୟ, କୋର କାର୍ବନ ଏକ୍ସ ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ଼ (ସିସିଏକ୍ସ) ଏହି ପ୍ରକଳ୍ପର ଉଦ୍ଦେଶ୍ୟ, ଅବକାଶ ଏବଂ ଅଦଳ ବଦଳ ଓଦା ଶୁଖିଲା ଜଳ ପରିଚାଳନା ମାଧ୍ୟମରେ ଧାନଚାଷ କରି ଧାନ ଖେତରୁ ମିଥେନ ଗ୍ୟାସ ନିର୍ଗତକୁ କେମିତି ରୋକି ପରିବା ସେହି ବିଷୟରେ ବିସ୍ତୃତ ଭାବରେ ଉପସ୍ଥାପନା କରିଥିଲେ । ବୀରୋସେନ ସାହୁ ଉପାଧ୍ୟକ୍ଷ, ଓଡିଶା ରାଜ୍ୟ ସମବାୟ ନିଗମ ଲିମିଟେଡ଼, ଏହି ପଦ୍ଧତିର ଚାଷ ପାଇଁ ସମସ୍ତ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ । ନିତାଞ୍ଜଳି ବିଶି, ବ୍ଲକ କୃଷି ଅଧିକାରୀ ସୋହେଲା ଏହି ନୂତନ ଜଳ ସେଚନ ପଦ୍ଧତିରେ ଚାଷୀମାନେ କିଭଳି ଲାଭବାନ ହୋଇପାରିବ ତାହା ଆଲୋଚନା କରିଥିଲେ । ପୂର୍ବତନ ଶିକ୍ଷକ ଜଳନ୍ଧର ପଧାନ, ନିଜର କବିତା ମାଧ୍ୟମରେ ଏହି ଜଳ ସେଚନ ପଦ୍ଧତି ବିଷୟରେ ସଚେତନ କରିଥିଲେ । ରୋଜାଲିନ ଭୂୟାଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପରିଶେଷରେ ମିହିର ରଞ୍ଜନ ସାଗର ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେବରାଜ ରଣା, ମନୋଜ ରଣା, ମନୋଜ ନନ୍ଦ, ସୁବୋଧ କୁମାର ଓ ଖଗେଶ୍ୱର ସାହୁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.