oom

ଶିକ୍ଷଣ ମଣ୍ଡଳର ବର୍ଷିୟାନ କାର୍ଯ୍ୟକର୍ତ୍ତା ସମ୍ବର୍ଦ୍ଧିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଦ୍ୟାଳୟ (ଭିସୁଟ) ଏବଂ ଭାରତୀୟ ଶିକ୍ଷଣ ମଣ୍ଡଳର ମିଳିତ ଆନୁକୂଲ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପୂର୍ବତନ ରେଜିଷ୍ଟର ନନ୍ଦ କିଶୋର ପୁଜାରୀଙ୍କୁ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁନଶ୍ଚ ଭାରତୀୟ ଶିକ୍ଷଣ ମଣ୍ଡଳରେ ଜୀବନବ୍ୟାପୀ ଅବଦାନ ପାଇଁ ଡ. ଡମ୍ବରୁଧର ପଟ୍ଟନାୟକ, ଧର୍ମବ୍ରତ ରଥ, ଆଚାର୍ଯ୍ୟ ସୁଦର୍ଶନ ପୁଝାରୀ, ଆଚାର୍ଯ୍ୟ ବୃନ୍ଦାବନ ବିହାରୀ ମିଶ୍ର ଏବଂ ଆଚାର୍ଯ୍ୟ ନବକିଶୋର ପୁଝାରୀଙ୍କୁ ମାନପତ୍ର ତଥା ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଭାରତୀୟ ଶିକ୍ଷଣ ମଣ୍ଡଳର ଅଖିଳ ଭାରତୀୟ ଅଧିକାରୀ ପ୍ରଫେସର ହିମାଂଶୁ ବର୍ମା ଏବଂ ଶୁଶ୍ରୀ ଅରୁନ୍ଧତୀ କାୱଡକରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡିଶା ପଶ୍ଚିମ ପ୍ରାନ୍ତର ନୂତନ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଅଧ୍ୟକ୍ଷ ଭାବରେ ତଥା ପ୍ରଫେସର ତରୁଣ କୁମାର ମିଶ୍ର ଓ ଡ. ଦିଲୀପ ପ୍ରଧାନ ଉପାଧ୍ୟକ୍ଷ ଭାବେ ରଙ୍କମଣି ବାରିକ ପ୍ରାନ୍ତ ମନ୍ତ୍ରୀ ଏବଂ ସତ୍ୟନାରାୟଣ ପ୍ରଧାନ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଙ୍କଜ ଖମାରୀ, ଗୁରୁକୂଳ ପ୍ରକଳ୍ପ ପ୍ରମୁଖ, ବିଜୟ କୁମାର ସାହୁ ଶାଲେୟ ପ୍ରକଳ୍ପ ପ୍ରମୁଖ, ଡ. ଶ୍ରୀମନ୍ତ ଦାଶ ଅନୁସନ୍ଧାନ ପ୍ରକୋଷ୍ଠ ପ୍ରମୁଖ, ସୁଶ୍ରୀ ସବିତା ଭୋଇ ମହିଳା ପ୍ରକଳ୍ପ ପ୍ରମୁଖ, ଡ. ଶର୍ମିଳା ଗଡନାୟକ ଶୈକ୍ଷିକ ପ୍ରକୋଷ୍ଠ ପ୍ରମୁଖ, ଡ. ଯଶବିନ୍ଦର ଯୁବା ଆୟାମ ପ୍ରମୁଖ, ଲୟାତିତ ଦେବଦାଶ ପ୍ରଚାର ପ୍ରମୁଖ ଭାବରେ ନିଯୁକ୍ତ ହୋଇଥିଲେ । ଭାରତୀୟ ଶିକ୍ଷଣ ମଣ୍ଡଳ ଓଡିଶା ପଶ୍ଚିମ ପୂର୍ଣ୍ଣ କାଳୀନ ବିସ୍ତାରକ ଡ. ଉମେଶ କୁମାର ସିଂହ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.