ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲା ସ୍ତରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନାଥ ଶିଶୁମାନଙ୍କର ଅନ୍ତରରେ ଥିବା ଅନ୍ତର୍ନିହିତ ଗୁଣର ବିକାଶ ଓ ତାକୁ ପ୍ରସ୍ଫୁଟିତ ବା ପ୍ରକାଶିତ କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ମହକ ଓ ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମହକ ଓ ଉତ୍ସାହ ପ୍ରତିଯୋଗିତାରେ ୧୦୦ମିଟର, ୨୦୦ ମିଟର, ଲମ୍ବ ଡିଆଁ, ଗୀତ, ନାଚ, ଚେସ, କେରମ, ଗୀତ, ଚିତ୍ର, ଗୋଷ୍ଠୀ ନାଚ, ବକୃତା, କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସ୍ତରର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅରୁଣ କୁମାର ଖୁଆସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଗସ୍ତ କରିଛନ୍ତି । ଏହି ଅବସରର ଶିଶୁ ଯତ୍ନ ଅଧିକାରୀ ଚୂଡ଼ାମଣି ପଣ୍ଡା ସମସ୍ତ ଛାତ୍ରଛାତ୍ରୀଙ୍କୁ ରେଲୱେ ଷ୍ଟେସନରେ ଶୁଭକାମନା ଜଣାଇ ବିଦାୟ ଦେଇଥିଲେ । ଏହି ଅବସରର ୟୁନିଟ୍ର ଗଣେଶ କୁମ୍ଭାର ମଧ୍ୟ ଉପସ୍ଥିତ ଥିଲେ ।