ଶିକ୍ଷାବିତ୍ ପ୍ରବୀର କୁମାର ଦୁବେଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣେ ଜଣାଶୁଣା ଶିକ୍ଷାବିତ୍ ରାଉରକେଲାର ଗର୍ବ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ । ଶିକ୍ଷକ ପ୍ରବୀର କୁମାର ଦୁବେଙ୍କୁ ଇସ୍ପାତ ସାହିତ୍ୟ ଖଟିରେ ଶିକ୍ଷା ନିବୃତ ଭାବେ ଓ ନୂତନ ଜୀବନର ଅୟମାରମ୍ଭ ପାଇଁ ସମ୍ବର୍ଦ୍ଧନା ଦିଆଯାଇଛି । ଶ୍ରୀ ଦୁବେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରିବା ସହ ବିଦ୍ୟାଳୟର ଗରିମାକୁ ବଜାୟ ରଖିବା ହେଉ ବା ବିଭିନ୍ନ ସମୟରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେ ନିଜର ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି । ତେବେ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଶ୍ରୀ ଦୁବେଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ତଥା ଗାଳ୍ପିକ କାଶୀନାଥ ନନ୍ଦୀ, ଶିକ୍ଷାବିତ୍‌ ତଥା କଵୟତ୍ରୀ ବିଜୟିନୀ ଜେନା, ନାଟ୍ୟକାର ଆର୍ତ୍ତତ୍ରାଣ ମହାପାତ୍ର, ଶିଶୁ ସାହିତ୍ୟିକ ଗଙ୍ଗାଧର ପୁହାଣ ଓ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ଦୁବେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟର ବିକାଶ ନିମନ୍ତେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି । ଶେଷରେ ଶ୍ରୀ ନନ୍ଦୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.