csstore

ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କୁ ରାଉରକେଲାଠାରେ ଭବ୍ୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ରାଉରକେଲା ଗ୍ରସ୍ତ ଅବସରରେ ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ୍‌ ପକ୍ଷରୁ ସ୍ଥାନୀୟ ପାନ୍ଥ ନିବାଶଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଅଛି । ଅନୁଷ୍ଠାନର ସମ୍ପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ କଳାକାର ଭତ୍ତା ବୃଦ୍ଧି, ମୁଖ୍ୟମନ୍ତ୍ରୀ କଳାକାର କଲ୍ୟାଣ ଯୋଜନାରେ ବାକିଥିବା କଳାକାରମାନଙ୍କୁ ସାମିଲ କରିବା, ଇସ୍ପାତ ନଗରୀ ରାଉରକେଲାରେ କଳା ସଂସ୍କୃତିକୁ ସମୃଦ୍ଧ କରିବା, ପାଠାଗାର ଆନ୍ଦୋଳନକୁ ବ୍ୟାପପ ଭାବେ ପ୍ରଚାର ପ୍ରସାର କରିବା, ସର୍ବୋପରି ଓଡ଼ିଆ ଭାଷା, ସାହିତ୍ୟ, ପ୍ରାଚୀନ କଳା ସଂସ୍କୃତିକୁ, ଭାଗବତ ଟୁଙ୍ଗି ଓ ପରମ୍ପରାର ବିକାଶ ଓ ସମୃଦ୍ଧି ପାଇଁ ସରକାର ପଦକ୍ଷେପ ନେବା ପାଇଁ ମନ୍ତ୍ରୀକୁ ଅନୁରୋଧ କରିଥିଲେ । ସାମାଜିକ ଓ ସଂସ୍କୃତିକ ଅନୁଷ୍ଠାନ ନିମନ୍ତେ ଆର୍ଥିକ ଅନୁଦାନ ଚୟନରେ ଅନିମିୟତା ସମ୍ପର୍କରେ ଶ୍ରୀ ପରିଡା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାନେତ୍ରୀ ମିନତୀ ବିଶ୍ୱାଳ, ଭ୍ରମରବର ମହାକୁଡ଼, ସନାତନ ସାହୁ, ହରିହର ବେହେରା, ଝୁନୁ ଲତା ସାହୁ, ମିଲି ବେହେରା, ଚାନ୍ଦମଣି ମାଝୀ, ମଞ୍ଜୁ ଲତା ଭୂମିଜ, କୈଳାଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଖରୁ ନିଆଯାଇଥିବା ଗଠନ ମୂଳକ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ ।

jayashree
Leave A Reply

Your email address will not be published.