ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ ଯୁବକ । ଏପରି ଏକ ଘଟଣା ଘଟିଛି ଟାଉନ ଥାନା ଅଞ୍ଚଳରେ । ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କଲା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ପୁଇଁନ୍ତଳା ଗ୍ରାମର ସୌମ୍ୟରଞ୍ଜନ ନନ୍ଦ । ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ସୌମ୍ୟ ରଞ୍ଜନ ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ । ହେଲେ ସମ୍ପର୍କ ସ୍ଥାପନା ପରେ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ବଳାତ୍କାର କରିଥିଲେ । ଏନେଇ ପୀଡିତା ଜଣକ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ଗତ ଅକ୍ଟୋବର ମାସ ୨୦ ତାରିଖରେ ଥାନରେ ଏକ ଏତଲା ଦିଆଯାଇଥିଲା । ଏନେଇ ଥାନାରେ କେସ୍‌ ନଂ ୫୭୧/୨୩, ୩୭୬ ଆଇପିସି ୬ ପକ୍ସୋ ଓ ୬୭(ଖ)ରେ ଅଭିଯୁକ୍ତ ସୌମ୍ୟଙ୍କୁ ପୋଲିସ ଗିରଫ କରିଥିବା ଥାନା ଅଧିକାରୀ ବିଶ୍ୱଜିତ ମନବୋଧ କହିଛନ୍ତି ।

Leave A Reply

Your email address will not be published.

error: Content is protected !!