csstore

ବ୍ଲକ କଳା ସଂସ୍କୃତି ସଂଘ ବଙ୍ଗୋମୁଣ୍ଡା ପକ୍ଷରୁ ନୂତନ ବିଡ଼ିଓଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ କଳା ସଂସ୍କୃତି ସଂଘ ପକ୍ଷରୁ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ଉପସଭାପତି ରେଣୁରଞ୍ଜନ ବାଗ, କାର୍ଯ୍ୟକାରୀ ସଭ୍ୟ ସରିତା ଶର୍ମା, ସୁଧାକର ସାହୁ, କଦମ୍ବ ମେହେର, ସଭ୍ୟ ଚମାର ସାହୁ, ପ୍ରସନ୍ନ ସାହୁ, ନରେଶ ଶର୍ମା ଉପସ୍ଥିତ ରହି ନୂତନ ବିଡ଼ିଓଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରାଯାଇଥିଲା । ଏଥିରେ ବହୁ କଳାକାରମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ କଳାକାରମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ ।

jayashree
Leave A Reply

Your email address will not be published.