ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ୨୦୨୩ ଡୁଙ୍ଗୁରିପାଲି ବ୍ଲକ ସହଲା କ୍ଲଷ୍ଟର ଅନ୍ତର୍ଗତ ଆଦିବାସୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସହଲାଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସହ ଶିକ୍ଷାଧିକାରୀ ଡ଼. ରାଧାକାନ୍ତ ଗଡତିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗଦେଇ ଖେଳକୁଦ ପ୍ରତିଯୋଗିତାରେ ବାଳିକାମାନଙ୍କ ଅଂଶଗ୍ରହଣର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ଡୁଙ୍ଗୁରିପାଲି ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନ ଯୋଗଦେଇ କ୍ରୀଡାର ବିକାଶରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ୱତନ୍ତ୍ର ଦୃଷ୍ଟି ଆବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ମଞ୍ଜୁଶ୍ରୀ ମାଝୀ, ଡୁଙ୍ଗୁରିପାଲି ପଂଚାୟତ ସମିତି ଉପାଧ୍ୟକ୍ଷ ମକରଧ୍ୱଜ ସାହୁ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବୋଧ ନାରାୟଣ ସା ଯୋଗଦେଇ ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତି ଆଗ୍ରହର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଶାରୀରିକ ଶିକ୍ଷା ଶିକ୍ଷକ ସଞ୍ଜୀବ ସାହୁ ଓ ଶିକ୍ଷୟିତ୍ରୀ ପଦ୍ମିନୀ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସତ୍ୟନାରାୟଣ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଜ୍ଞାନ ଶିକ୍ଷକ ପଞ୍ଚାନନ ବାରିକ ଧନ୍ୟବାଦ ଦେଇଥିଲେ । ବରିଷ୍ଠ ଖେଳ ଶିକ୍ଷୟିତ୍ରୀ ନିରୁପମା ତାଣ୍ଡି, ସନ୍ଧ୍ୟା ରାଣୀ ଖେତୀ, ମଞ୍ଜୁ ମିଶ୍ର, ସଲମା ବାନୋ, ଡୁଙ୍ଗୁରିପାଲି ବ୍ଲକ କ୍ରୀଡା ସମ୍ପାଦକ ଜିତେନ୍ଦ୍ର ବୁଡ଼େକ, ମନୋଜ ପାତ୍ର, ରୋହିତ ପଟେଲ, ବାଲାଜୀ ବିଶ୍ୱନାଥ, ସଞ୍ଜୟ ସାହୁ, ଗଙ୍ଗାଧର ପଟେଲ, ଦେବରାଜ ସେଠ୍, ମହମ୍ମଦ କାଲିମ, ବିପ୍ରଚରଣ ପେରା, ନରସିଂହ ସେଠି, ସଞ୍ଜୟ ଫାତେସିଂ, ଜୟ ନାରାୟଣ ମିଶ୍ର, ପରମେଶ୍ୱର ପଣ୍ଡା, ଅନ୍ତରାମ ମେଣ୍ଡଳୀ, ପ୍ରମୋଦ ପୁଟେଲ, ଜଗବନ୍ଧୁ ପଧାନ, ହରିଶ୍ଚନ୍ଦ୍ର ମାଝୀ, ପ୍ରହଲ୍ଲାଦ ନାଏକ, ରଂଜିତ ପଧାନ, ଯଶୋବନ୍ତ ପଟେଲ, ଶ୍ରୀଧର ପଟେଲ, ମାନଭଞ୍ଜନ ପଣ୍ଡା, ଅନନ୍ତ ନାରାୟଣ ବଞ୍ଛୋର, ଟେକ୍‌ଚାନ୍ଦ ସାହୁ, ଶ୍ରୀମନ୍ତ ପଧାନ, ଅଶୋକ ବୁଦ୍ଧିଆ, ଶ୍ରୀମଦ ଦାସ, ମହେଶ ଭୋଇ, ସୁନିଲ ପଧାନ, ଗୁଣନିଧି ସାହୁ, ଦଉଲତ ସା, ହେମସାଗର ଗଡତିଆ, ଶଶିଭୂଷଣ ଷାଣ୍ଢ, ସାନନ୍ଦ ବାରିକ, ଚୈତନ୍ୟ ବାରିକ, ତହସିଲ ପଧାନ, ସମ୍ପଦ ଖମାରୀ, ଦେବ ପଧାନ, କ୍ଷୀରୋଦ୍ର ଭୋଇ, ସୁରେଶ ବିଶି, ନରେନ୍ଦ୍ର ପଧାନ, ବିଶ୍ୱଜିତ ସା, ମହେଶ ଭୁଏ, ବୃଷଭ ସାହୁ, ଦିଲୀପ ଭୁଏ ଓ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶାରୀରିକ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ୬ଟି ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ୍ ଦୁଇଟି ବର୍ଗର ବାଳିକା ଓ ବାଳକ ବିଭାଗରେ ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଗୋଲା ଫିଙ୍ଗା, ଡିସ୍କସ ଥ୍ରୋ ପ୍ରତିଯୋଗିତାଗୁଡିକରେ ଭାଗ ନେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ସହଲା ଉଚ୍ଚ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ହରିବନ୍ଧୁ ପଧାନ, ସ୍ଥାନୀୟ ବିଦ୍ୟାଳୟର ପ୍ରଥମ ସମ୍ପାଦକ ଯାଦବ ଚନ୍ଦ୍ର ସିଂ ବରିହା, ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନ ଯୋଗଦେଇ ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ଚମ୍ପିଅନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ଦେଇ ପୁରସ୍କାର ପ୍ରଦାନ କରିଥିଲେ । ୧୪ ବର୍ଷରୁ କମ ବାଳିକା ବର୍ଗରେ ଡୁଙ୍ଗୁରିପାଲି ବ୍ଲକ, ୧୭ ବର୍ଷରୁ କମ ବାଳକ ବର୍ଗରେ ସୋନପୁର ବ୍ଲକ, ବାଳିକା ବର୍ଗରେ ବୀରମହାରାଜପୁର ବ୍ଲକ ଚମ୍ପିୟାନ ହୋଇଥିଲା । ଶେଷରେ ଗଣିତ ଶିକ୍ଷକ ଅଶ୍ୱିନୀ ଦାସ ଧନ୍ୟବାଦ ଦେଇଥିଲେ । ସହ ଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଧା, ବଟକୃଷ୍ଣ ପାଢ଼ୀ, ଜଗତ ମଲ୍ଲିକ, ବିଭିନ୍ନ ବ୍ଲକର କ୍ରୀଡା କର୍ମକର୍ତା, ସମସ୍ତ ସି.ଆର୍‌.ସି.ସି, ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

Leave A Reply

Your email address will not be published.