ଦୁର୍ନୀତି ନିବାରଣ ସଚେତନତା ଶପଥପାଠ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅସ୍ୱାନ ହଲଠାରେ ଦୁର୍ନୀତି ନିବାରଣ ସଚେତନତା ପାଇଁ ଶପଥପାଠ କାର୍ଯ୍ୟକ୍ରମ ହୋଇଛି । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ କାର୍ଯ୍ୟକ୍ରମରେ ସାମିଲ ହୋଇ ସମସ୍ତ ଅଧିକାରୀଙ୍କୁ ଏବଂ କର୍ମଚାରୀଙ୍କୁ ଦୁର୍ନୀତି ବିରୋଧରେ ଶପଥପାଠ କାରାଇଥିଲେ । ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ଡ଼.ସଂଘମିତ୍ରା ପଣ୍ଡା, ଡେ଼ପୁଟି କଲେକ୍ଟର ଶାଶ୍ୱତ ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟନାରାୟଣ ବେହେରା, ଡେ଼ପୁଟି କଲେକ୍ଟର ବୁନା ପ୍ରଧାନ, ସହକାରୀ ଜିଲ୍ଲାପାଳ ଚାନ୍ଦିନୀ ମେହେର ଓ କୁମୁନ୍ଦ ଚନ୍ଦ୍ର ଦଳବେହେରା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହଙ୍କ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ ସେକ୍ସସନ ଅଫିସର ବରିଷ୍ଠ ରାଜସ୍ୱ ସହାୟକ, କନିଷ୍ଠ ରାଜସ୍ୱ ସହାୟକ, ଅନ୍ୟାନ୍ୟ କର୍ମଚାରୀ ଏବଂ ଜିଲ୍ଲାର ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାସ୍ତରୀୟ ସମସ୍ତ କାର୍ଯ୍ୟାଳୟରେ ଅନୁରୂପ ଭାବେ ଏହି ଶପଥପାଠ ଉତ୍ସବ ହୋଇଯାଇଛି ।

Leave A Reply

Your email address will not be published.