ଭୁବନେଶ୍ୱର : ପ୍ରଦୀପ ପାଣିଗ୍ରାହୀଙ୍କ ମୁଖ୍ୟ ସହଯୋଗୀକୁ ଗିରଫ କରିଛି କ୍ରାଇମ୍ ବ୍ରାଂଚ । ସୂଚନା ଯୋଗ୍ୟ ଯେ, ଟାଟା କମ୍ପାନୀରେ ଲୋକଙ୍କୁ ଚାକିରୀ ଦେବା ନାଁରେ ସର୍ବେଶ୍ୱର ରାଓ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥଲେ । ତାକୁ ନେଇ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରିବା ପରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଗତକାଲି ପ୍ରଦୀପ ପାଣିଗ୍ରାହୀ ଏବଂ ସର୍ବେଶ୍ୱର ରାଓକୁ ଜେରା କରିଥିଲା । ତେବେ ଲକ୍ଷାଧିକ ଟଙ୍କା ଲୋକଙ୍କଠୁ ଠକୁଥିଲେ ସର୍ବେଶ୍ୱର ଓ ସେହି ଲକ୍ଷାଧିକ ଟଙ୍କାକୁ ସଂଗ୍ରହ କରୁଥିଲେ ଆକାଶ ପାଠକ । ସର୍ବେଶ୍ୱର ଜାଲିଆତି ମାମଲାରେ ମଧ୍ୟ ସାମିଲ୍ ଥିଲେ ବୋଲି ଜଣାପଡିଛି । ଏହାକୁ ନେଇ ସର୍ବେଶ୍ୱରକୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ ।