om academy

ବିଧାନସଭାରେ ୩ଟି କୃଷି ଆଇନକୁ ଚିରୁଛି ଏବଂ ବିଟ୍ରିଶ ମାନଙ୍କଠୁ ଖରାପ ନହେବାକୁ କେନ୍ଦ୍ର ସରକାରଙ୍କୁ ଆବେଦନ କରୁଛି : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

jsm

ନୂଆଦିଲ୍ଲୀ : ଦେଶବ୍ୟୀପୀ କୃଷି ଆଇନକ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୨୨ ଦିନ ହେଲା ଜାରି ରହିଛି, ପଛ ଘୁଂଚା ଦେଉ ନାହାଁନ୍ତି କୃଷକ । ସରକାର ମଧ୍ୟ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଚାହୁଁ ନାହାଁନ୍ତି । ତେବେ ଏହାକୁ ନେଇ ସାରା ଦେଶର ରାଜନୀତି ଜଗତରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏହି ନୂଆ କୃଷି ଆଇନକୁ ଦିଲ୍ଲୀ ବିଧାନସଭାରେ ମଧ୍ୟ ବିରୋଧ କରାଯାଇଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ବିରୋଧ କରି ସିଧା ସଳଖ ମୋଦୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସରକାର କେତେ ଜୀବନ ନେବେ? ଏପର୍ଯ୍ୟନ୍ତ ଦିଲ୍ଲୀରେ ଚାଲିଥିବା ନୂଆ କୃଷି ଆଇନକୁ ବିରୋଧ ଆନ୍ଦୋଳନ କରି ୨୦ରୁ ଊର୍ଦ୍ଧ ଚାଷୀଙ୍କ ଜୀବନ ଯାଇ ସାରିଲାଣି । ପ୍ରତିଦିନ ଜଣେ ନା ଜଣେ କୃଷକ ଜୀବନ ହାରୁଛନ୍ତି । ପ୍ରତ୍ୟେକ ଚାଷୀ ହେଉଛନ୍ତି ଜଣେ ଜଣେ ଭଗତ ସିଂ । ହେଲେ ସରକାର କହୁଛନ୍ତି ଯେ, ଚାଷୀଙ୍କ ପାଖରେ ପହଂଚୁଛନ୍ତି ଆଉ କୃଷି ବିଲ୍‌କୁ ବୁଝାଉଛନ୍ତି । ହେଲେ ଏହା ଖାଲି କଥାରେ । ସେ ପ୍ରଶ୍ନ କରିଛନ୍ତି ଯେ, ଏହି କରୋନା ମହାମାରୀ ସମୟରେ କୃଷି ଆଇନ ପ୍ରଣୟନ କରିବାର କ’ଣ ଦରକାର ଥିଲା ? ସେ କୃଷି ଆଇନର ଦସ୍ତାବିଜ୍‌ ଚିରି ବକ୍ରୋକ୍ତି ପ୍ରଦାନ କରିଛନ୍ତି ଯେ, ବିଧାନସଭାରେ ୩ଟି କୃଷି ଆଇନକୁ ମୁଁ ଚିରୁଛି ଏବଂ ବିଟ୍ରିଶ ମାନଙ୍କଠୁ ଖରାପ ନହେବାକୁ କେନ୍ଦ୍ର ସରକାରଙ୍କୁ ଆବେଦନ କରୁଛି ।

Leave A Reply

Your email address will not be published.