oom

ଆମ ଜଙ୍ଗଲ ଯୋଜନା ଜରିଆରେ ଆଞ୍ଚଳିକ ମଞ୍ଚକୁ ଦୁଇ ଗୋଟି ପାପଡ଼ ତିଆରି ମେସିନ ଓ ଗୋଟିଏ ଧାନ କଳ ପ୍ରଦାନ

jsmm

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ମ. ରାମପୁର ବନାଞ୍ଚଳ ଆମ୍ବଗାଁ ବନ ସୁରକ୍ଷା ସମିତି ଠାରେ ଓଡିଶା ଜୀବିକା ମିଶନର ଆଞ୍ଚଳିକ ମଂଚକୁ ଓଡିଶା ସରକାର ବନ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନା ଜରିଆରେ ଆଞ୍ଚଳିକ ମଞ୍ଚକୁ ଦୁଇ ଗୋଟି ପାପଡ଼ ତିଆରି ମେସିନ ଓ ଗୋଟିଏ ଧାନ କଳ ପ୍ରଦାନ କରାଯାଇଅଛି । ବନ ସୁରକ୍ଷା ସଭାପତି ରୁଦ୍ର ପ୍ରସାଦ ସିଙ୍ଗଙ୍କ ସଭାପତିତ୍ୱରେ ଅନୁଷ୍‌ଷ୍ଠିତ କାର୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମ. ରାମପୁର ବିଡିଓ ସୁଶ୍ରୀ ରୁମାନା ଜାଫ୍ରି ଉପସ୍ଥିତ ଥିବା ବେଳେ ସମ୍‌ମ୍ମାନିତ ଅତିଥି ଭାବେ ବନାଞ୍ଚଳ ଅଧିକାରୀ କେଶବ ମାଝୀ, ଆରସିଟି ନିର୍ଦେଶକ ଛବିଳ ଭୋଇ, ବିପି.ଏମଡି କେ. ନାୟକ, ବନପାଳ ରମେଶ ଚନ୍ଦ୍ର ବାଗ, ବିଏଲସି ବତନ ସିଙ୍ଗ ପାତ୍ର, ପ୍ରମୋଦ କୁମାର ମିଶ୍ର, ବିକାଶ ଅଧିକାରୀ ହେମନ୍ତ ସାହୁ, ଅଭୟ ବାଘ, ମହିଳା ବନରକ୍ଷୀ ରାଜଲକ୍ଷ୍ମୀ ପଧାନ ଉପସ୍ଥିତ ଥିଲେ । ଏମବିକେ ସବିତା ନାଗ ମଞ୍ଚ ପରିଚାଳନା କରିଥିଲେ ଓ ଆମ ଜଙ୍ଗଲ ଯୋଜନା ଦଳପତି ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ୟକ୍ରମକୁ ପଣ୍ଡକାମାଲ ମହାସଙ୍ଗର ସମସ୍ତ କର୍ମକର୍ତ୍ତା ଓ ଅନିମେଟର ନିତ୍ୟାନନ୍ଦ ସହଯୋଗ କରି ଥିଲେ ।

jittmm
Leave A Reply

Your email address will not be published.