ଶବ ସତ୍କାର କଲା ସମ୍ପର୍କ ସ୍ଵେଚ୍ଛାସେବୀ ସଂଘ

ବରଗଡ଼, (ନିରୋଜ କୁମାର ପାଣୀ) : ସମ୍ପର୍କ ସ୍ଵେଚ୍ଛାସେବୀ ସଂଘ ତରଫରୁ ଆଜି ଏକ ଶବ ସତ୍କାର କରାଯାଇଛି । ମୃତକ ଜଣକ ହେଲେ ଖଣ୍ଡହତା ବାସିନ୍ଦା ସମାରୁ ବରିହା (୭୫) । ତାଙ୍କର ପତ୍ନୀକୁ ଛାଡ଼ି ଚାଲିଗଲେ । ସମ୍ପର୍କ ସ୍ଵେଚ୍ଛାସେବୀ ସଂଘ କାଠ ଯୋଗାଡ଼ କରି ଖଣ୍ଡହତା ସ୍ଥିତ ଶ୍ମଶାନ ଘାଟରେ ସଂଘର ସଂଯୋଜକ ରୋସନ ସାହୁ, ଉପସଭାପତି ମାଧବ ମହାପାତ୍ର, କୋଷାଧକ୍ଷ ଶ୍ରୀକାନ୍ତ ସାହୁ, ଗୋବର୍ଦ୍ଧନ ସାହୁ, ହିରା ଭୁଏ, ବାବୁଲୁ ସାହୁ ଉପସ୍ଥିତ ରହିଥିଲେ । ତାଙ୍କ ସମ୍ପର୍କୀୟ ଜଣେ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.