ପ୍ରଥମ ବାର୍ଷିକ ୰ଗାର୍ଗବ ପ୍ରସାଦ ମେହେର ସ୍ମାରକୀ କ୍ରିକେଟ ଆରମ୍ଭ : ଦ୍ୱିତୀୟ କ୍ବାଟର ଫାଇନାଲ୍‌ରେ ମଧିଆପାଲିକୁ ହରାଇ ସେମି ଫାଇନାଲରେ ପାଣ୍ଢେଲ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଡ଼ମ୍ବରୁଧର ଷ୍ଟାଡ଼ିୟମରେ ସାଲେପାଲି ସାହାରା କ୍ରିକେଟ କ୍ଲବ ପକ୍ଷରୁ ହେଉଥିବା ପ୍ରଥମ ବାର୍ଷିକ ୰ଗାର୍ଗବ ପ୍ରସାଦ ମେହେର ସ୍ମାରକୀ କ୍ରିକେଟ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାହିତ୍ୟିକ ତଥା ସମାଜ ସେବୀ ତୁଲସୀ ଜୈନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗ୍ରାମ ମଙ୍ଗଲ ପାଠାଗାରର ସଂପାଦକ କ୍ଷମାନିôଧ ମେହେର, ସଚ୍ଚିଦାନନ୍ଦ ପାଢ଼ୀ, ହେମସାଗର ପଧାନ, ହେମସାଗର ଭୋଇ, ସୋମନାଥ ଷଡ଼ଙ୍ଗୀ, କରୁଣାକର ସାହୁ, ହୃଦାନନ୍ଦ ସାହୁ, ବୁଦ୍ଧଦେବ ସାହୁ, ଦଶରଥ ସାମଲ ପ୍ରମୂଖ ହୋଇ ଦେଇଥିଲେ । ଆୟୋଜକ ସାଲେପାଲି (ସାହାରା) ଦଳ ଓ କୁଲିଆବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଗୃପ ଏ’ ର ପ୍ରଥମ ମ୍ୟାଚରେ ସାଲେପାଲି ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୬୭ ରନ କରିଥିଲେ । ଜବାବରେ କୁଲିଆବାହାଲ ଦଳ ମାତ୍ର ୪.୩ ଓଭରରେ ୭୨ ରନ କରି ବିଜୟୀ ହୋଇଥିଲା । ସେହିପରି ସିଂହପାଲି ଓ ଡ଼ଙ୍ଗାପଥର ମଧ୍ୟରେ ହୋଇଥିବା ଦ୍ୱିତୀୟ ମ୍ୟାଚରେ ଡ଼ଙ୍ଗାପଥର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୧୦ ଓଭରରେ ୧୧ରନ କରିଥିଲା । ୧୧୧ରନର ଲକ୍ଷ୍ୟ ପିଛା କରୁଥିବା ବେଳେ ସିଂହପାଲି ଦଳ ୯.୧ ଓଭର ଖେଲି ମାତ୍ର ୪୫ରନ୍ରେ ସମସ୍ତ ୱିକେଟ ହରାଇ ପରାଜୟ ସ୍ବିକାର କରିଥିଲେ । ଲିଗ ପର୍ୟ୍ୟାୟର ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା‌ କୁଲିଆବାହାଲ ଦଳ ସହ ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇଥିବା ଡ଼ଙ୍ଗାପଥର ଦଳ ମଧ୍ୟରେ କ୍ବାଟର ଫାଇନାଲ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଡ଼ଙ୍ଗାପଥର ଦଳ ୧୦ ଓଭରରେ ୯ ୱିକେଟ ବିନିମୟରେ ୫୭ରନ କରିଥିବା ବେଳେ କୁଲିଆବାହାଲ ଦଳ ୪ ଓଭର ୨ବଲରେ ୨ ୱିକେଟ ହରାଇ ୫୮ରନ କରି ବିଜୟୀ ହୋଇଥିଲା ।

ସେହିଭଳି ଦ୍ବିତୀୟ ଦିନରେ ମୁଖ୍ୟ ଅତିଥିଭାବେ ସମୀର ସାଗର, ସମ୍ମାନୀତ ଅତିଥିଭାବେ ସଚ୍ଚିଦାନନ୍ଦ ପାଢ଼ୀଳ ଉଦୟ ଶାମଲ, ଦଶରଥ ଶାମଲ, ରଞ୍ଜନ ଷଡ଼ଙ୍ଗୀ, ଶିବ ପସାଦ ସାହୁ, କରୁଣାକର ସାହୁ, ରାଧାକାନ୍ତ ସାହୁ ପ୍ରମୂଖ ଯୋଗ ଦେଇଥିଲେ । ପାଣ୍ଢେଲ ଓ ରୁଗୁଡ଼ିପାଲି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଗୃପ ବିର ପ୍ରଥମ ମ୍ୟାଚରେ ପାଣ୍ଡେଲ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୦ ଓଭରରେ ୫ୱିକେଟ ବିନିମୟରେ ୮୪ରନ୍‌ର ଜବାବରେ ରୁଗୁଡ଼ିପାଲି ଦଳ ସମ୍ପୁର୍ଣ୍ଣ ୧୦ଓଭର ଖେଲି ୩ୱିକେଟ ହରାଇ ୭୧ରନ କରି ୧୩ରନ୍‌ରେ ପରାଜିତ ହୋଇଥିଲା । ସେହିପରି ଗୌଡ଼ଗୋଠ ଓ ମାଧିଆପାଲି ମଧ୍ୟରେ ହୋଇଥିବା ଦ୍ବିତୀୟ ମ୍ୟାଚରେ ମାଧିଆପାଲି ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୧୦ ଓଭରରେ ୬ୱିକେଟରେ ୮୧ ରନ କରିଥିବା ବେଳେ ଗୌଡ଼ଗୋଠ ଦଳ ୧୦ଓଭର ଖେଲି ୪ୱିକେଟରେ ୮୦ ରନ କରି ମାତ୍ର ୧‌ରନରେ ପରାଜିତ ହୋଇଥିଲା । ପ୍ରଥମ ମ୍ୟାଚର ବିଜେତା ପାଣ୍ଢେଲ ଓ ଦ୍ବିତୀୟ ମ୍ୟାଚର ବିଜେତା ମାଧିଆପାଲି ମଧ୍ୟରେ ହୋଇଥିବା ଦ୍ବିତୀୟ କ୍ବାଟର ଫାଇନାଲ ମ୍ୟାଚରେ ମାଧିଆପାଲି ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୪ୱିକେଟ ବିନିମୟରେ ୫୭ରନ କରିଥିଲା । ପାଣ୍ଢେଲ ଦଳ ୧୦ ଓଭରରେ ୬ୱିକେଟ ହରାଇ ୫୮ରନ କରି ୪ୱିକେଟରେ ବିଜୟୀ ହୋଇଥିଲା । ଆଜିର ମ୍ୟାଚଗୁଡ଼ିକୁ ଜୟରାମ ଭୋଇ, ଶୁଶାନ୍ତ କୁଅଁର ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ସମୀର ପଧାନ ଓ କମେଣ୍ଟେଟର ଭାବେ ଦୁର୍ବାଦଳ ପସାୟତ ଓ ମଣ୍ଟୁ ସାମଲ ଦାୟିତ୍ବ ତୁଲାଇଥିଲେ ।

Leave A Reply

Your email address will not be published.