ଦୁର୍ଘଟଣାରେ ପ୍ରାଣ ହରାଇଲେ ଟ୍ରକ ଚାଳକ

ଅନୁଗୁଳ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଟ୍ରକ ଚାଳକଙ୍କ ପ୍ରାଣ ଯାଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲା ବଳରାମ କୋଇଲା ଖଣିରେ ଏହି ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଘଟଣା ସ୍ଥଳରେ ଚାଳକଙ୍କ ପ୍ରାଣ ଚାଲି ଯାଇଛି । ଚାଳକଙ୍କ ନାମ ହେଉଛି ସୌମ୍ୟରଞ୍ଜନ ବେହେରା (୨୩) । ସେ ଅନୁଗୁଳ ଜିଲ୍ଲା ଉଗିପଡା ଗ୍ରମାର ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ତାଙ୍କ ସମ୍ପର୍କୀୟ ମାନେ ପହଞ୍ଚି କ୍ଷତି ପୂରଣ ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.