csstore

ଗଞ୍ଜାମ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ଚାମ୍ପିୟାନ ପ୍ରତିଯୋଗିତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଷ୍ଟାଡିୟମ ସ୍ଥିତ ଇନଡୋର ହଲ୍ ପରିସରରେ ୯ମ ଗଞ୍ଜାମ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ଚାମ୍ପିୟାନ ପ୍ରତିଯୋଗିତା ରବିବାର ଦିନ ତମାମ ଧରି ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଚାମ୍ପିୟାନ ପ୍ରତିଯୋଗିତା ସାମାରୋହର ଶୁଭ ଉଦ୍‌ଘାଟନ କରିଥିଲେ । ଜାଭେଲିନ ଭଳି ଖେଳରେ ଓଡ଼ିଶାର କିଶୋର ଜେନା ଯେଉଁ ଭଳି ପାରଦର୍ଶିତା ପ୍ରତିପାଦନ କରି ବିଶ୍ବ ଦରବାରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି, ଠିକ୍‌ ସେହିଭଳି ଲକ୍ଷ୍ୟ ହାସଲ କରିବାକୁ ଉପସ୍ଥିତ ଖେଳାଳୀମାନଙ୍କୁ ଆହ୍ଵାନ ଦେଇଥିଲେ । ଓ.କେ.ସି.ଏଲ୍‌. ଶିକ୍ଷା ସଂଗଠନର ଗଞ୍ଜାମ ଜିଲ୍ଲା ମୁଖ୍ୟ ଏସ୍‌. ରେଖା ମହାନ୍ତି, ଗଞ୍ଜାମ ଜିଲ୍ଲା ଦୌଡକୁଦ ସଂଘ ସମ୍ପାଦକ ପ୍ରଫୁଲ୍ଲ ପଟ୍ଟନାୟକ, ରାଜ୍ୟ ଟାଏକୋଣ୍ଡୋ ସଂଘ ତରଫରୁ ଆସିଥିବା ପର୍ଯ୍ୟବେକ୍ଷକ ଏହସାସ ହୋତା, ରାଜ୍ୟ ମହିଳା ଟାଏକୋଣ୍ଡୋ କମିଶନର ଡକ୍ଟର ଅନୀତା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୯ଟି ଟାଏକୋଣ୍ଡୋ ଏକାଡେମୀର ୨୯୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଛତ୍ରପୁରର କେ.ଏମ.ପି. ସ୍ପୋର୍ଟସ ଏକାଡେମୀର ଖେଳାଳିମାନେ ୧୨ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୮ଟି ବ୍ରୋଞ୍ଜ ପଦକ ପାଇ ଚମ୍ପିୟନ ହୋଇଥିବା ବେଳେ ଗଞ୍ଜାମ ଟାଏକୋଣ୍ଡୋ ଏକାଡେମୀର ଖେଳାଳିମାନେ ୮ଟି ସ୍ବର୍ଣ୍ଣ, ୯ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ପାଇ ରନର୍ସ ଅପ ହୋଇଥିଲେ । ଉଦ୍‌ଯାପନୀ ଉତ୍ସବରେ ଛତ୍ରପୁର ଏନ୍‌ଏସିର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଡକ୍ଟର ଅଳକା ମିଶ୍ର, ସସ୍ମିତା ଶର୍ମା ଅତିଥି ଭାବେ ଯୋଗଦେଇ ବିଜୟୀ କ୍ରୀଡାବିତଙ୍କୁ ପଦକ ବଣ୍ଟନ କରିଥିଲେ । ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ କେ ମନୋଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଇ. ଲଳିତ କୁମାର, ବାସୁଦେବ ନାୟକ, ଜନଜ କୁମାର ମହାରଣା, ସି. ଏଚ. ପ୍ରସାଦ ନାୟକ, ଲକ୍ଷ୍ମୀ ନାରାୟଣ ରେଡ୍ଡୀ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.