ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ଚଳିତ ବର୍ଷ ଏକ ପ୍ରକାର ଧାନ ଫସଲ ଭଲ ହୋଇଛି । ବିଲରେ ଏବେ ଧାନ କେଣ୍ଡା ମାରିଲାଣି, ଆଉ ପ୍ରାୟ ମାସକ ମଧ୍ୟରେ ଚାଷୀ ଧାନ ଫସଲ ଅମଳ କରିବ । ଧାନ ଅମଳ କଲେ ବିକ୍ରି କରି ଧାର କରଜ ଟଙ୍କା ସୁଝିବ ଏବଂ ଆସନ୍ତା ଏକ ବର୍ଷ ଧରି ପରିବାର ଗୁଜାରଣ ପାଇଁ ସମ୍ବଳ ଠୁଳ କରିବ । କିନ୍ତୁ ଏବେ ସବୁଜ ଧାନ ବିଲରେ ଦନ୍ତାହାତୀ ଉପଦ୍ରବ କରି ଚାଷୀର ନିଦ ହଜାଇ ଦେଉଛି । ସଞ୍ଜ ନଇଁଲେ ଖାଦ୍ୟ ଅନ୍ୱେଷଣରେ ଗାଁମୁହାଁ ଗୋଠ ଛଡ଼ା ଦନ୍ତା ହାତୀ । ଦନ୍ତା ହାତୀ ଉପଦ୍ରବରେ ଅତିଷ୍ଟ ହେଲେଣି ଗ୍ରାମବାସୀ । ଏବେ ଗତ କିଛି ଦିନ ହେଲା ବଲାଙ୍ଗିର ସହର ଉପକଣ୍ଠ ଧୁମାମରା ଅଂଚଳରେ ହାତୀର ଉପସ୍ଥିତି ଲୋକେ ଜାଣିବାକୁ ପାଇବା ପରେ ବେଶ୍ ଭୟଭୀତ ଥିବା ଦେଖିବାକୁ ମିଳିଛି ।
Next Post