csstore

ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ସାମ୍ବାଦିକ ସମ୍ବିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାମାଜିକ ସଂଗଠନ ‘ସହଯୋଗ ଫାଉଣ୍ଡେସନ’ ପକ୍ଷରୁ ବଲାଙ୍ଗିର ସାମ୍ବାଦିକ ଭବନରେ ପ୍ରତିଷ୍ଠାତା ଅନିଲ ମୋଦିଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନର ଆଗାମୀ ଦିନରେ ହେବାକୁ ଥିବା କାର୍ୟ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଛି । ଆସନ୍ତା ୪ ତାରିଖ ଶନିବାର ଦିନ ପାଟଣା ହୋଟେଲ ଛକ ଘଣ୍ଟା ଘର ପାଖରେ ନୂତନ ଏବଂ ପୁରାତନ ବସ୍ତ୍ର ବିତରଣ କାର୍ୟ୍ୟକ୍ରମ, ୫ ତାରିଖ ରବିବାର ଦିନ କଂସାରୀପଡା ଆର୍‌ଏମ୍‌ସି ଅଫିସ୍‌ ପାଖରେ ଏକ ମାଗଣା ଆୟୁର୍ବେଦିକ ଚିକିତ୍ସା ଶିବିର ଏବଂ ଔଷଧ ବିତରଣ କାର୍ୟ୍ୟକ୍ରମ ଯେଉଁଥିରେ ସ୍ତ୍ରୀ ରୋଗ, ଶିଶୁରୋଗ ଏବଂ ମେଡିସିନ ଡାକ୍ତର ପରୀକ୍ଷା କରି ମାଗଣାରେ ଔଷଧ ଦେବେ ବୋଲି କୁହାଯାଇଛି । ଏହି କ୍ରମରେ ସବୁଠାରୁ ଅଭିନବ କାର୍ୟ୍ୟକ୍ରମ ହେଉଛି ଆଗାମୀ ଡିସେମ୍ବର ୧୧ ତାରିଖ ଦିନ ବଲାଙ୍ଗିରରୁ ଟ୍ରେନ ଯୋଗେ ଅସ୍ଥି ନେଇ ପ୍ରୟାଗରାଜରେ ହିନ୍ଦୁ ବିଧି ଅନୁଯାୟୀ ନୀତିକାନ୍ତି ଅନୁସାରେ ସାମୁହିକ ଅସ୍ଥି ବିସର୍ଜନର କାର୍ୟ୍ୟକ୍ରମ ରହିଛି । ତେବେ ଡିସେମ୍ବର ୧ରୁ ୭ ତାରିଖ ପର୍ୟ୍ୟନ୍ତ ଅସ୍ଥି ସଂଗ୍ରହ କରାଯାଇ ରାଣୀବନ୍ଧ ଘାଟରେ ରଖାଯିବ ବୋଲି ସୂଚନା ଦିଆଯାଇଛି । ଆଜିର କାର୍ୟ୍ୟକ୍ରମରେ ସହଯୋଗ ଫାଉଣ୍ଡେସନ୍‌ର ଉପେଦେଷ୍ଟା ମୋହନ ଅଗ୍ରୱାଲ, ପ୍ରତିଷ୍ଠାତା ସଦସ୍ୟ ଆର୍ତତ୍ରାଣ ପାଢୀ, ଡା. ପଞ୍ଚାନନ ପ୍ରଧାନ, ସିଏ ଶ୍ରୀକାନ୍ତ ଶର୍ମା, ଇଂ. ପ୍ରଦୀପ ଲାଲ, ସନ୍ତୋଷ ଲାଲ, ଋକ୍‌ମା ଅଗ୍ରୱାଲ, ଅନିତା ଅଗ୍ରୱାଲ, ପ୍ରଭାତ ଶ୍ରୀବାସ୍ତବ, ରାମ ନାରାୟଣ ଦାଶ, ସୁଶ୍ରୀ ଶୁଭଦିତା ଗୁରୁ, ସୁଦୀପ୍ତ ତ୍ରିପାଠି, ମନୋଜ ଅଗ୍ରୱାଲ ଏବଂ ପିଙ୍କି ମୋଦି ପ୍ରମୁଖ ଯୋଗ ଦେଇ କାର୍ୟ୍ୟକ୍ରମକୁ ସଫଳ କରିଥିଲେ ।

jayashree
Leave A Reply

Your email address will not be published.