csstore

ନଭେମ୍ବର ୧ ବଲାଙ୍ଗିର ଦିନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଗତ ୨ ବର୍ଷ ହେଲା ନଭେମ୍ବର ୧ ତାରିଖକୁ ବଲାଙ୍ଗିର ଦିନ୍‌ ଭାବେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ବଡ଼ ଧୁମ୍‌ଧାମ୍‌ରେ ବଲାଙ୍ଗିର ଦିନ୍‌ ପାଳନ କରାଯିବ ବୋଲି ଆଜି ପିପି ଏକାଡେ଼ମୀ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଦିନ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ କହିଛନ୍ତି । ତେବେ ଦଳ ମତ ନିର୍ବିଶେଷରେ ବଲାଙ୍ଗିରର ସମସ୍ତ ସାଂସ୍କୃତିକ ସଂଗଠନ, ସାମାଜିକ ସଂଗଠନ ଏହି କାର୍ୟ୍ୟକ୍ରମରେ ସାମିଲ୍‌ ରହିଛନ୍ତି । ତେବେ ଆସନ୍ତା ୨୬ ତାରିଖ ଦିନଠାରୁ ଏହି କାର୍ୟ୍ୟକ୍ରମର ଶୁଭାରମ୍ଭ କରାଯିବା ସହ ନଭେମ୍ବର ୧କୁ ବଲାଙ୍ଗିର ଦିନ ଭାବେ ଧୁମ୍‌ଧାମ୍‌ରେ ପାଳନ କରାଯିବ ବୋଲି କୁହାଯାଇଛି । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ସହ ବିଭିନ୍ନ ଆଲୋଚନା ଚକ୍ରର ଆୟୋଜନ କରାଯାଇଛି । ସମସ୍ତ ବଲାଙ୍ଗିରବାସୀ ବଲାଙ୍ଗିର ଦିନ୍‌ ପାଳନରେ ସାମିଲ୍‌ ହେବାକୁ ଆହ୍ୱାନ କରାଯାଇଛି । ବଲାଙ୍ଗିର ଦିନ୍‌ ଆୟୋଜକ କମିଟିର ଅଧ୍ୟକ୍ଷ ଶ୍ରୀ ପାଣିଗ୍ରାହୀଙ୍କ ସହ ଦିନେଶ ଶର୍ମା, ବୁଲୁ ଦାନୀ, ବିଧୁଭୂଷଣ ତ୍ରିପାଠୀ, ବିନୋଦ କାଲସାଏ, ଲୋଟସ୍‌ ଷଡ଼ଙ୍ଗୀ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ମଂଚାସୀନ ଥିଲେ ।

jayashree
Leave A Reply

Your email address will not be published.