ବଲାଙ୍ଗିର, (କେପିଏନ୍ଏସ୍) : ମିଠା ମିଠା କଥା କହି ପ୍ରେମରେ ଫସାଇଲା ପ୍ରେମିକ । ବାହା ହେବାକୁ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କୁ ଘରୁ ଧରି ଫେରାର ହୋଇଗଲା । ଛତିଶଗଡ ରାଜ୍ୟର କେଜୁଆଁ ଗାଁର ଏକ ଭଡ଼ା ଘରେ ରଖିଲା । ବିବାହ ନକରି ପ୍ରେମୀ ଯୁଗଳ ସ୍ଵାମୀ ସ୍ତ୍ରୀ ଭାବେ ଏକାଠି ରହୁଥିଲେ, ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ । ପରେ ପ୍ରେମିକ ଜଣକ ପ୍ରେମିକାର ଗର୍ଭ ନଷ୍ଟ କରି ପ୍ରେମିକାଙ୍କୁ ଅଜଣା ଜାଗାରେ ଛାଡ଼ି ଫେରାର ମାରିଦେଲା । ଏମିତି ଏକ ଲଭ୍, ସେକ୍ସ ଓ ଧୋକା ପରି ସଙ୍ଗୀନ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଗଣ୍ଡବାହାଲ ଗାଁରୁ । ମିଳିଥିବା ସୂଚନା ଅନୁସାରେ ଗଣ୍ଡବାହାଲ ଗାଁର ସୁବାସ ବାଗଙ୍କ ଝିଅ ଅନୁପମା ବାଗଙ୍କ ପ୍ରେମ ସମ୍ପର୍କ ସେହି ଗାଁର ନୀଳକଣ୍ଠ ମେଶ୍ୱାଙ୍କ ପୁଅ ରଙ୍କନ୍ ମେଶ୍ୱା ସହ ଗଢ଼ି ଉଠଥିଲା । ବିବାହ ପ୍ରତଶ୍ରୁତି ଦେବାରୁ ଅନୁପମା ନିଜ ଘର ଛାଡ଼ି ରଙ୍କନ୍ ମେଶ୍ୱା ସହ ଚାଲିଯାଇଥିଲେ । ପ୍ରେମୀ ଯୁଗଳ ଛତିଶଗଡ ରାଜ୍ୟର ସରେଇପାଲି ଥାନା ଅନ୍ତର୍ଗତ କେଜୁଆଁ ଗାଁରେ ଏକ ମନ୍ଦିରରେ ବିବାହ କରିଥିବା ଅନୁପମା କହିଛନ୍ତି । ରଙ୍କନ୍ ସ୍ଥାନୀୟ ଏକ ଢାବାରେ କାମ କରୁଥିବା ବେଳେ ପ୍ରେମୀ ଯୁଗଳ ସ୍ଵାମୀ ସ୍ତ୍ରୀ ଭାବରେ ବେଶ୍ ଖୁସିରେ ରହୁଥିଲେ । ଏହି ଦୁଇ ବର୍ଷ ମଧ୍ୟରେ ଅନୁପମା ଦୁଇ ମାସର ଗର୍ଭବତୀ ହୋଇଥିଲେ । ହେଲେ ତାଙ୍କର ଅଜାଣତରେ ରଙ୍କନ୍ ଖାଦ୍ୟରେ ଔଷଧ ଦେଇ ତାଙ୍କ ଗର୍ଭ ନଷ୍ଟ କରିଦେଇ ଥିବା ସେ ଅଭିଯୋଗ କରିଛନ୍ତି । ଗତ ୧୦ ଦିନ ତଳେ ଅଚାନକ ରଙ୍କନ୍ ଅନୁପମାଙ୍କୁ ଛାଡ଼ି କେଉଁଆଡେ ଚାଲି ଯାଇଥିଲା । ରଙ୍କନକୁ ବହୁତ ଖୋଜାଖୋଜି ପରେ ପାଇନଥିଲେ ଅନୁପମା । ମୋବାଇଲ୍ ମଧ୍ୟ ବନ୍ଦ ରହିଥିଲା । ଘର ମାଲିକଙ୍କୁ ସମସ୍ତ ବିଷୟ ଜଣାଇବା ପରେ ସରେଇପାଲି ଥାନାରେ ଏକ ଏତଲା ଦେଇଥିଲେ ଅନୁପମା । ସରେଇପାଲି ପୋଲିସ ସେଠାରୁ ବଲାଙ୍ଗିର ପୁଇଁତଲା ଥାନାକୁ ଅଭିଯୋଗକୁ ପଠାଇ ଦେଇଥିବା କହିଥିଲେ । ହତାସ ହୋଇ ଶେଷରେ ନିଜ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲେ ଅନୁପମା । ଏନେଇ ପାରିବର ଲୋକଙ୍କୁ ଧରି ପୁଇଁତଲା ଥାନରେ ଏକ ଏତଲା ଦେଇଛନ୍ତି ଅନୁପମା । ପୁଇଁତଲା ଥାନା ଅଧିକାରୀ ରଙ୍କନ୍ଙ୍କ ବାପା, ମା’ଙ୍କୁ ଡ଼ାକି ଝିଅକୁ ନେବା ପାଇଁ କହିଥିଲେ, ହେଲ ସେମାନେ ରୋକ୍ଠୋକ୍ ମନା କରିଥିଲେ । ଏନେଇ ଥାନରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ୍ । ପ୍ରେମିକା ଜଣକ ଜିଦ୍ରେ ଅଟଳ ପ୍ରେମିକ ପାଖରେ ହିଁ ମୁଁ ରହିବି । ଦେଖିବାକୁ ବାକି ରହିଲା, ଏବେ ଅସହାୟ ପ୍ରେମିକା କିପରି ନ୍ୟାୟ ପାଇବେ ।