oom

ଅନ୍‌ଲାଇନ୍‌ ମାଧ୍ୟମରେ ଜୋନ୍‌ ସ୍ତରୀୟ କଳାଉତ୍ସବ ଆୟୋଜିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ଅଭିଯାନ, ଓଡିଶା ସରକାରଙ୍କ ଦ୍ୱାରା ସ୍ଥାନୀୟ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ଥିବା ବହୁମୁଖୀ ସଭାଗୃହରେ ଜୋନ୍‌ ସ୍ତରୀୟ କଳାଉତ୍ସବ-୨୦୨୦କୋଭିଡ୍‌ କଟକଣା ଯୋଗୁଁ ଅନ୍‌ଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ଓ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ନିଳମଣୀ ପଟେଲଙ୍କ ଉଦ୍ୟମରେ ପରିଚାଳିତ ଉକ୍ତ ପ୍ରତିଯୋଗିତାରେ ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡା ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଅଂଶ ଗ୍ରହଣ କରିଥିଲେ । ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ, ପାରମ୍ପରିକ ଲୋକ କଣ୍ଠ ସଙ୍ଗୀତ, ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର, ପାରମ୍ପରିକ ଲୋକ ବାଦ୍ୟ ଯନ୍ତ୍ର, ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ, ଚିତ୍ରକଳା ୨-ଡି, ଚିତ୍ରକଳା ୩-ଡି, ଦେଶୀୟ ଖେଳଣା ଓ ଖେଳ ଆଦି ୯ଟି ବିଭାଗରେ ଅଂଶ ଗ୍ରହଣ କରିଥିଲେ । ବାଳକ ବିଭାଗର ଶାସ୍ତ୍ରୀୟ କଣ୍ଠ ସଙ୍ଗୀତରେ ରୋନକ୍‌ ମହାନ୍ତି (ବଲାଙ୍ଗିର), ପାରମ୍ପରିକ ଲୋକ କଣ୍ଠ ସଙ୍ଗୀତରେ ରୋହନ ମିଶ୍ର(ବଲାଙ୍ଗିର), ଶାସ୍ତ୍ରୀୟ ବାଦ୍ୟଯନ୍ତ୍ରରେ ବିବେକାନନ୍ଦ ତାଣ୍ଡି(ବଲାଙ୍ଗିର), ପାରମ୍ପରିକ ଲୋକ କଣ୍ଠ ସଙ୍ଗୀତରେ ଦେବ ରଞ୍ଜନ ପଣ୍ଡା (ସୋନପୁର), ଲୋକନୃତ୍ୟରେ ଅର୍ପଣ ବୈଭବ ବାରିକ (ବଲାଙ୍ଗିର), ଚିତ୍ରକଳା ୨-ଡିରେ ସ୍ମୃତି ରଂଜନ ବେହେରା (କଳାହାଣ୍ଡି), ଚିତ୍ରକଳା ୩-ଡିରେ ମହିମ କୁମାର ନାଏକ (କଳାହାଣ୍ଡି), ଦେଶୀୟ ଖେଳଣା ଓ ଖେଳରେ ପ୍ରେମାଶିଷ ପାଣ୍ଡିଆ (ବଲାଙ୍ଗିର) ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାଳିକା ବିଭାଗର ଶାସ୍ତ୍ରୀୟ କଣ୍ଠ ସଙ୍ଗୀତରେ ଅନ୍ତରା ପଟ୍ଟନାୟକ (କଳାହାଣ୍ଡି), ପାରମ୍ପରିକ ଲୋକ କଣ୍ଠ ସଙ୍ଗୀତରେ ଜୁଲୀ ପଟ୍ଟନାୟକ (କଳାହାଣ୍ଡି), ଶାସ୍ତ୍ରୀୟ ବାଦ୍ୟଯନ୍ତ୍ରରେ ନେନ୍ସି ପାତ୍ର (କଳାହାଣ୍ଡି), ଶାସ୍ତ୍ରୀୟ ନୃତ୍ୟରେ ଆତ୍ମନ୍‌ ତ୍ରିପାଠୀ (ବଲାଙ୍ଗିର), ଲୋକ ନୃତ୍ୟରେ ସୀମା ରାଣୀ ମହାରଣା (କଳାହାଣ୍ଡି), ଚିତ୍ରକଳା ୨-ଡିରେ ମୌସୁମୀ ପି.ସେଠ୍‌ (ବଲାଙ୍ଗିର), ଚିତ୍ରକଳା ୩-ଡିରେ ଶ୍ୱେତାପିସ୍ପିତା ସାହୁ (ସୋନପୁର), ଦେଶୀୟ ଖେଳଣା ଓ ଖେଳରେ ଅବନ୍ତିକା ଜେନା (ବଲାଙ୍ଗିର) ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ କଳା ଉତ୍ସବକୁ ଉନ୍ନୀତ ହୋଇଛନ୍ତି । ବିଚାରକ ଭାବରେ ଦୀପକ କୁମାର ବରାଳ, ଗୌର ଚନ୍ଦ୍ର ମହାପାତ୍ର, ପଦ୍ମ ଚରଣ ଆଚାର୍ଯ୍ୟ, ଭକ୍ତ ଚରଣ ନାଏକ, ମୂରଲୀଧାରୀ ପତି, ଶମ୍ଭୁ ପ୍ରସାଦ ନାଏକ, ଦିଲୀପ ସିଂଦେଓ, ବାସୁଦେବ ମେହେର ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ଏସ.ସି./ଏସ.ଟି ସଂଯୋଜକ ଆଶୁତୋଷ ମହାନ୍ତି, କରୁଣା ସା, ଅନୀଲ ନନ୍ଦ, ବିଶ୍ୱଜିତ ପଧାନ, ଅଶ୍ୱିନୀ ଷଡଙ୍ଗୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ, ଜୋନାଲ୍‌ ସ୍ତରୀୟ କଳାଉତ୍ସବରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଚଳିତ ମାସ ୧୮ ତାରିଖରେ ପୃଥ୍ୱୀରାଜ ହାଇସ୍କୁଲ ର କନଫରେନ୍ସ ହଲ ଠାରେ ରାଜ୍ୟ ସ୍ତରୀୟ କଳାଉତ୍ସବରେ ଅନଲାଇନ୍‌ ମାଧ୍ୟମରେ ଭାଗ ନେବେ ।

jittmm
Leave A Reply

Your email address will not be published.