ନାବାଳକଙ୍କୁ ଅପହରଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାର୍ବଣ ସମୟରେ ସହର ଅଶାନ୍ତ ହେବାରେ ଲାଗିଛି । ପ୍ରତିଦିନ ଚୋରି ଏବଂ ଲୁଟ୍ ବଢୁଥିବା ବେଳେ ଏବେ ଅପହରଣ ଉଦ୍ୟମ ଭଳି ଅଭିଯୋଗ ସାମ୍ନାକୁ ଆସିଛି । ସ୍ଥାନୀୟ ବରପାଲିପଡ଼ାର ଜଣେ ନାବାଳକ ଅଣ୍ଡା କିଣିବାକୁ ଯାଇଥିବା ବେଳେ ତାଙ୍କୁ କେତେକ ଦୁର୍ବୃତ୍ତ ଅପହରଣ କରିଥିଲେ । ସେ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ତାଙ୍କ ନିକଟରୁ ଖସି ଆସିଥିବା ବେଳେ ନିଜ ପରିବାର ଲୋକଙ୍କ ସହ ଥାନାରେ ପହଞ୍ଚି ଏତଲା ଦେଇଥିବା ସୂଚନା ମିଳିଛି । ଅପହୃତ ନାବାଳକ ଜଣକ ଶଙ୍କରଭୋଜି ବୋଲି ଜଣାପଡିଛି ।

Leave A Reply

Your email address will not be published.