oom

ଝାଙ୍କରପାଲି ଲୋୟର ସୁକତେଲ ବିସ୍ତାପିତ କଲୋନିରେ ନରସିଂହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଆମ ଅଂଚଳରେ ଜିବନରେଖା । ସାମଗ୍ରିକ ଭାବରେ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଏହା ଦ୍ୱାରା ଉପକୃତ ରହିବେ । ଏହି ପ୍ରକଳ୍ପ ପାଇଁ ଏ ଅଂଚଳବାସୀ ଅନେକ ତ୍ୟାଗ କରିଛନ୍ତି । ଏମାନେ ବିସ୍ତାପିତ ହୋଇ ବିଭିନ୍ନ ଜାଗାରେ ସରକାର ପ୍ରଦତ୍ତ ଅସ୍ଥାୟୀ କଲୋନିରେ ବସବାସ କରୁଛନ୍ତି । କିନ୍ତୁ ଦେଖାଯାଉଛି ପ୍ରକଳ୍ପରେ ପାଣି ଭରିସାରିବା ପରେ ଏହି ଅସ୍ଥାୟୀ କଲୋନି ବିସ୍ତାପିତଙ୍କ ପାଇଁ ଆଉ କାହାରି ଦରଦ ରହୁନାହିଁ । କିନ୍ତୁ ମୁଁ ପ୍ରତିଶୃତିବଦ୍ଧ ଆଜି କୌଣସି ବି ଗୋଟିଏ ବିସ୍ତାପିତ ତାର ନ୍ୟାୟ ହକ୍‌ ପାଇବାରୁ ବଂଚିତ ହୋଇଥାଏ ତାର ସମସ୍ୟାର ସମାଧାନ ଦିଗରେ ମୁଁ ନିଶ୍ଚିତ ଭାବରେ ପଦକ୍ଷେପ ଗ୍ରହଣ କରିବି ବୋଲି ଆଜି ଝାଙ୍କରପାଲି ସ୍ଥିତ ଲୋୟର ସୁକତେଲ ପ୍ରକଳ୍ପର ବିସ୍ତାପିତଙ୍କ ଅସ୍ଥାୟୀ କଲୋନିରେ ସେଠାର ବାସିନ୍ଦାଙ୍କୁ ଭେଟି ତାଙ୍କର ଅଭିଯୋଗ ଶୁଣିବା ପରେ ନିଜ ପ୍ରତିକ୍ରିୟାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି । ଆଜି ଦିନ ୧୨.୧୫ମି.ରେ ଚୁଡାପାଲି ଠାରେ ରୋଗୀ କଲ୍ୟାଣ ସମିତି ବୈଠକ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମାପନ ହେବା ପରେ ତୁରନ୍ତ ସେ ରାସ୍ତାରେ ଥିବା ଝାଙ୍କରପାଲି ଅସ୍ଥାୟୀ ବିସ୍ତାପିତ କଲୋନିରେ ପହଂଚି ଥିଲେ । ପ୍ରଚଣ୍ଡ ଗରମ ସତ୍ୱେ ସେଠାରେ ପହଂଚି ଲୋକଙ୍କ ସମସ୍ୟା ଶୁଣିଥିଲେ । ଦୁଇ ମାସ ତଳେ ବିଭାଗ ତରଫରୁ ଏଠାରେ ବିସ୍ତାପିତଙ୍କୁ ମାନ୍ୟବର ବିଧାୟକଙ୍କ କରକମଳରୁ ପଙ୍ଖା ପ୍ରଦାନ କରାଯାଇଥିଲା । କିନ୍ତୁ ଆଜି ସେଠାକାର ମା’ ଭଉଣୀମାନେ ଅଭିଯୋଗ କରିଥିଲେ ଯେ ସେ ଦିନ ଅଧିକାରୀମାନେ କେବଳ ନାମକୁ ମାତ୍ର ଅଳ୍ପ କିଛି ପଙ୍ଖା ହାତ ଗଣତି କିଛି ଲୋକଙ୍କୁ ବଣ୍ଟନ କରିଛନ୍ତି । ଆଜି ବି ଅନେକ ଲୋକ ଏହି ପଙ୍ଖା ପାଇ ନାହାନ୍ତି । ସେଠାରେ ନିର୍ମାଣ ହୋଇଥିବା କମ୍ୟୁନିଟି ପାଇଖାନାରେ ମଧ୍ୟ ପାଣିର ବ୍ୟବସ୍ଥା ପର୍ଯ୍ୟାପ୍ତ ପରିମାଣରେ ନାହିଁ । ଗାଧୋଇବା ପାଇଁ ମା’ ଭଉଣୀମାନେ ଅନେକ ଅସୁବିଧା ଭୋଗ କରୁଛନ୍ତି । ଗୋଟିଏ ପୋଖରୀ ଖନନ କରିଦେବା ପାଇଁ ବିଭାଗକୁ ଅନୁରୋଧ କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ ବୋଲି ମା’ ଭଉଣୀମାନେ ଅଭିଯୋଗ କରିଥିଲେ । କଲୋନିର କିଛି ବ୍ଲକ ଖାଲୁଆ ଜାଗାରେ ଥିବାରୁ ଆଜି ବି ଲୋକ ଘର ତିଆରି କରିବା ପାଇଁ ହେଉ କି ଅସ୍ଥାୟୀ ଘର ହେଉ ଅନେକ ଅସୁବିଧାରେ ରହୁଛନ୍ତି । ବିଜୁଳି ସମସ୍ୟା ବି ଅନେକ ଅଛି । ସ୍କୁଲ ପାଇଁ ଛୋଟ ଛୁଆମାନେ ଅନେକ ଦୂରକୁ ଯାଉଥିବାର ଅଭିଯୋଗ କରିଥିଲେ । ଏ ସବୁ ଅଭିଯୋଗ ଶୁଣିବା ପରେ ବିଧାୟକ ଶ୍ରୀ ମିଶ୍ର ଆଗାମୀ ସୋମବାର ଦିନ ସେ ନିଶ୍ଚିତ ଭାବରେ ପ୍ରକଳ୍ପ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଡାକି ଏ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ପଦକ୍ଷେପ ନେବେ । ଏପରି ମଧ୍ୟ ଅଭିଯୋଗ ଆସିଥିଲା ଯେ ଗୋଟିଏ ପରିବାରର ବୁଢି ମା ଓ ପୁଅ ବହୁ ଅଲଗା ଅଲଗା ଜାଗାରେ ଘରଜମି ପାଇଥିବାରୁ ଅସହାୟ ବୁଢିମା ପୁଅ ବୋହୁ ସେବାରୁ ବଂଚିତ ହେଉଛନ୍ତି । ଏପରି ସମସ୍ୟାକୁ ସମ୍ବେଦନଶୀଳ ଭାବରେ ଅଧିକାରୀମାନଙ୍କ ସହ ଆଲୋଚନା କରି ନିଶ୍ଚିତ ଭାବରେ ପୁରଣ କରିବା ପାଇଁ ପଦକ୍ଷେପ ନେବେ ବୋଲି ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ମହିଳା ପୁରୁଷମାନଙ୍କୁ ପ୍ରତିଶୃତି ଦେଇଥିଲେ । ଆଜି ବିଧାୟକ ଶ୍ରୀ ମିଶ୍ରଙ୍କ ଗସ୍ତ ସମୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଧର ବାରିକ, ଡା. ରାଧାକାନ୍ତ ଭୋଇ, ଭାରତ ସାହୁ ଓ କଲୋନିର ଅନେକ ମହିଳା ପୁରୁଷ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.