ସମାଜ କେ ସଫାସୁତର୍‌ କର୍‌ବାର୍‌ ଲାଗି ତାଙ୍କର୍‌ ପ୍ରତିଭା କେ ସମର୍ପିତ କରିଛନ୍‌ ଚିତ୍ରଶିଳ୍ପୀ ପ୍ରଭାକର ସାହୁ

ଲୋଇସିଂହା, (କେପିଏନ୍‌ଏସ୍‌) : ଆମର୍‌ ସମାଜ ଥି ଗୁର୍‌ଦୁ ନାଁକରା ଚିତ୍ରଶିଳ୍ପୀ ଅଛନ୍‌ । ମାତର୍‌କ’ ସେମାନଙ୍କର୍‌ ଭିତ୍‌ରେ ଏନ୍‌ତା ଖୋବ୍‌ କମ୍‌ ଚିତ୍ରଶିଳ୍ପୀ ଅଛନ୍‌, ଯେନ୍‌ମାନେ ପଏସା କମାବାର୍‌ଟା କେ ନିଘା ନେଇଁ ରଖିକରି ସମାଜ କେ ସଫାସୁତର୍‌ କର୍‌ବାର୍‌ ଲାଗି ତାଙ୍କର୍‌ ପ୍ରତିଭା କେ ସମର୍ପିତ କରିଥିସନ୍‌ । ସେନ୍‌ତା ଜନେ ପ୍ରତିଭାର ଅଧିକାରୀଙ୍କୁ ଆଜି ଆମେ ଆପଣଙ୍କର୍‌ ସାଙ୍ଗେ ପରିଚିତ୍‌ କରାମୁ । ସେ ହଉଛନ୍‌ ବଲାଙ୍ଗିର ଜିଲ୍ଲା ଲୋଇସିଂହାର ପ୍ରଭାକର ସାହୁ । ଛୁଆ ଦିନୁ ଆର୍ଟ ପ୍ରତି ଆକର୍ଷିତ ହେଇଥିବାର୍‌ ପ୍ରଭାକର ୧୯୮୨ ମସିହା ନୁ ଆର୍ଟ ଫିଲ୍‌ଡ୍‌ ଥି କାମ ମୂଲ୍‌ କରିଛନ୍‌ । ଖଲ୍ଲିକୋଟ ଚାରୁ କାରୁକଳା ମହାବିଦ୍ୟାଳ ଥି ସେ ଚିତ୍ରକଳା ପାଠ୍‌ ପଢ଼ିଛନ୍‌ । ସେ କମର୍ସିଆଲ୍‌ ଆର୍ଟ ବା ବ୍ୟବସାୟିକ କଳା ଦିଗେ ଶିକ୍ଷା ଗ୍ରହଣ କରିଥିଲେ ବି ବ୍ୟବସାୟ ଅପେକ୍ଷା ସମାଜ ସଂସ୍କାର ଲାଗି ସେ ହର୍‌ମେସା ସମର୍ପିତ ହେଇ ଆସିଛନ୍‌ । ବଲାଙ୍ଗିର ଜିଲ୍ଲା ତଥା ଓଡ଼ିଶାର ଭିନେ ଭିନେ ଠାନେ ସେ ତାଙ୍କର୍‌ ଚିତ୍ରକଳାକୁ ନେଇ କରି ପ୍ରଦର୍ଶନୀ କାର୍ୟ୍ୟକ୍ରମ ଆୟୋଜନ କରି ଖୋବ୍‌ ପ୍ରଶଂସା ସାଆଁଟି ପାରିଛନ୍‌ । ବାଲ୍ୟବିବାହ, ଦାଦନ ଶ୍ରମିକ ପ୍ରଥା, ନାରୀ ନିର୍ୟ୍ୟାତନା, ଜଂଗଲ ଜମି ଅଧିକାର, ବାଳିକା ଶିକ୍ଷା, ଜଳ ସଂରକ୍ଷଣ, ଜଂଗଲ ସୁରକ୍ଷା ଆର୍‌ ଗୁର୍‌ଦୁ କ୍ଷେତ୍ର ଲାଗି ତାଙ୍କର୍‌ ଦ୍ୱାରା ଅସଂଖ୍ୟ ପୋଷ୍ଟର ପ୍ରସ୍ତୁତ ହେଇଛେ । ସମାଜ ଥି ରହିଥିବା ଭିନେ ଭିନେ ପର୍‌କାରର୍‌ ଶୋଷଣ ବିରୋଧ ଥି ସେ ନିଜର୍‌ କଳା ମାଧ୍ୟମ ଥି ପ୍ରଚଣ୍ଡ ସ୍ୱର ଉତ୍ତୋଳନ କରିଛନ୍‌ । ଗୁଟେ ସୁସ୍ଥ ସମାଜ ଗଠନ ଦିଗେ ତାଙ୍କର୍‌ ଚିତ୍ରକଳା ସମର୍ପିତ କହେଲେ, କିଛି ଭୁଲ୍‌ ନେଇଁହୁଏ । ପ୍ରଭାକର ଲୋଇସିଂହା ଥି ‘ସପ୍ତରଙ୍ଗ’ ନା’ରେ ଗୁଟେ ଡିଜିଟାଲ୍‌ ପେଣ୍ଟିଂ ଆର୍‌ ପ୍ରିଣ୍ଟିଂ ୟୁନିଟ୍‌ ଚଲେଇଛନ୍‌ । ଆଜିର୍‌ ସମାଜ ଥି ମାନବିକତା ହଜି ହଜି ଯାଉଥିବାର୍‌ ବେଲ୍‌କେ ଖୋବ୍‌ ସରଲ୍‌ ଚିତ୍ରଶିଳ୍ପୀ ପ୍ରଭାକର ମାନବିକତାର ସମୃଦ୍ଧିର୍‌ ଲାଗି ସବୁବେଲେ ଆଏଉପେ କରି ଆସୁଛନ୍‌ ।

Leave A Reply

Your email address will not be published.