jayashree

ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ ସମାଜସେବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବସ୍ତି ନିକଟରେ ଅନାୟା ହୋଟେଲ ପାଖରେ ଏକ ସାଇକେଲ ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ବାଇକ ଆରୋହୀ ରକ୍ତାକ୍ତ ଅବସ୍ଥାରେ ରୋଡରେ ପଡିଥିବା ବେଳେ ସାଇକେଲ ଆରୋହୀ ମଧ୍ୟ୍ୟ ଖଣ୍ଡିଆ ଖାବରା ହୋଇ ପଡ଼ିଥିଲେ । ଘଟଣା ସ୍ଥଳରେ ବଡ଼ ଶତପଥି ପହଞ୍ଚି ଏକ ଟେମ୍ପୋରେ ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସରକାରୀ ଚିକତ୍ସାଳୟ ପଠାଇ ଆହତଙ୍କୁ ଚିକିତ୍ସା ତୁରନ୍ତ କରାଇଥିଲେ । ବାଇକ ଆରୋହୀଙ୍କ ଆଖି ପାଖ କପାଳରେ ବହୁତ ରକ୍ତ ସ୍ରାବ ହେଉଥିବା ବେଳେ ଡାକ୍ତର ଶ୍ରୀଧର ପ୍ରଧାନ ଓ ଫାର୍ମାସିଷ୍ଟ ସିଆର ଦାଶ ତୁରନ୍ତ ଚିକିତ୍ସା କରି ଛଅ ଗୋଟି ଷ୍ଟିଜ ପକାଇ ଥିଲେ । ବାଇକ ଆରୋହୀ ଜଣକ ହେଲେ ରାଉରକେଲା ନିବାସୀ ତାପସ କୁମାର ଦତ୍ତ (୪୮) ସେ ଫିଉଜନ କମ୍ପାନୀର ଜଣେ ଏଜେଣ୍ଟ ଅଟନ୍ତି । ଅନ୍ୟପଟେ ସାଇକେଲ ଆରୋହୀ ପାଇକମାଲ ବ୍ଲକ ମହାରାଣୀପୁର ଗ୍ରାମର ସୁବୋଧ ତାଣ୍ଡି (୫୮)ଙ୍କୁ ମଧ୍ୟ ଚିକିତ୍ସା କରାଯାଇଥିଲା । ସେ ପାଇକମାଳ ମାର୍କେଟିଙ୍ଗ ପାଇଁ ଆସି ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲେ । ଅନେକ ଧରି ସମୟ ତାପସଙ୍କ ଚେତା ଆସି ନଥିବା ବେଳେ ତାଙ୍କ ମୋବାଇଲକୁ ଆସୁଥିବା କଲରୁ ତାଙ୍କ ନିଜର ବନ୍ଧୁ ପରିଜନଙ୍କୁ ଖବର ଦିଆଯାଇ ଥିଲା । ଅପରାହ୍ନ ଗୋଟାଏ ତିରିଶ ମିନିଟ୍‌ ଯାଏଁ ଡାକ୍ତରଖାନାରେ ଆଡମିଟ କରାଯାଇ ରଖାଯାଇଥିବା ତାପସଙ୍କୁ ବଡ ଶତପଥି, ମୁଜାଫର ହୁସେନ, ସୁରଜ ଭୋଇ ଓ ନୀତିଶ ସାହୁ ପ୍ରମୁଖ ସ୍ୱେଛାସେବୀମାନେ ଜଗି ରହିଥିଲେ । ଦିନ ପ୍ରାୟ ୧୧ଟାରୁ ଅପରାହ୍ନ ୧ଟା ୩୦ମିନିଟ୍‌ ପରେ ପଦ୍ମପୁରରୁ ତାପସଙ୍କ ସାଙ୍ଗମାନେ ଆସିବାରୁ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । ସ୍ୱେଚ୍ଛାସେବୀମାନଙ୍କ ଏତାଦୃଶ କାମକୁ ପାଇକମାଲ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.