csstore

ଜଗଦୀଶକୁ ଲଙ୍କା ଚାଷ ଦେଇଛି ପରିଚୟ, ୬୦ ବର୍ଷ ହେଲା କରୁଛନ୍ତି ଚାଷ

ବଲାଙ୍ଗିର, (କେପିଏନଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁତସିଂହାର କଣ୍ଟାପାଲି ଗ୍ରାମର ଜଗଦୀଶ ସାହୁ ବିଗତ ୬୦ ବର୍ଷ ହେଲା ଲଙ୍କା ଚାଷ କରୁଛନ୍ତି । ପ୍ରଥମେ ତେଣ୍ଡା ସାହାଯ୍ୟରେ ବହୁତ୍ କଷ୍ଟରେ ପାଣି ମଡ଼ାଇ ଚାଷ କରୁଥିଲେ । ଏହା ବହୁତ୍ କଷ୍ଟଦାୟକ ଥିଲା ବୋଲି ସେ କହିଛନ୍ତି । ଗ୍ରାମରେ ଥିବା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ କଟାରୁ ପାଣି ଉଠାଇ ଚାଷ କରୁଥିଲେ । ଗ୍ରୀଷ୍ମ ଋତୁରେ ମଧ୍ୟ ଉକ୍ତ କଟାରୁ ପାଣି ସୁଖୁନଥିଲା । ଲଙ୍କା ଚାଷ ଏକ ଲାଭଜନକ ଚାଷ ଏବଂ ଏହାର ଚାହିଦା ସବୁ ମାସରେ ରହିଆସିଛି । ଧାନ ଅପେକ୍ଷା ଲଙ୍କା ଚାଷରେ ଅଧିକ ଲାଭ । ଲଙ୍କା ଚାଷ ପାଇ ପ୍ରଥମେ ଚାରା ପ୍ରସ୍ତୁତି କରାଯାଇଥାଏ । ଗ୍ରୀଷ୍ମ ସମୟରେ ଚାରା ପକାଇ, ଆଷାଢ଼ ମାସ ପ୍ରଥମ ସପ୍ତାହରେ ବିଲରେ ଚାରା ଲଗାଯାଇଥାଏ, ଏହାକୁ ପାଣି ଦେଇ ଗଛକୁ ବଞ୍ଚାଇବା ପାଇଁ ଯତ୍ନ ନିଆଯାଇଥାଏ, ତା’ପରେ ଗଛର ଚେର ବାହାରିଗଲେ ତାକୁ କୋଡ଼ା, କୋଷା କରି ଗଛରେ ମାଟିଦେଇ ହିଡ କରାଯାଏ । ୪୫ ଦିନ ପରେ ଗଛରେ ଫୁଲ ଓ ଫଳ ଧରିଥାଏ । ଭାଦ୍ରବ ମାସର ପ୍ରଥମ ସପ୍ତାହରେ ଲଙ୍କା ବିକ୍ରି ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ୬୦ ହଜାର ଟଙ୍କା ବିକ୍ରି କରିଥିବା ବେଳେ ଆଗକୁ ଆହୁରି ୩ ଲକ୍ଷ୍ ଟଙ୍କା ବିକ୍ରି ହେବା ବୋଲି ଜଣାଇଛନ୍ତି । ବର୍ତ୍ତମାନ ଆଉ କଷ୍ଟ କରିବାକୁ ପଡୁନି କୃଷି ବିଭାଗର ନୂତନ ଜ୍ଞାନ କୌଶଳରେ ଚାରା, ଲଙ୍କା ଚାଷ, ଯତ୍ନ, ପାଣି ଲଗାଇବା, କୀଟ ନାଶକ ପାଇଁ କୀଟ ନାଶକ ସିଞ୍ଚନ କରିବା, ବୋରେୱେଲ ଏସବୁର ବ୍ୟବସ୍ଥା ହୋଇଥିବାରୁ ଅତ୍ୟାଧୁନିକ ପ୍ରଣାଳୀରେ ଚାଷ ହୋଇପାରୁଛି । ବର୍ତ୍ତମାନ ତାଙ୍କ ପୁଅ ପ୍ରେମାନନ୍ଦ ସାହୁ ମଧ୍ୟ ଚାଷ କାମରେ ଆଗ୍ରହ ପ୍ରକାଶ କରି ଜାଳି ବା ଟ୍ରେଳିଜ୍ ପ୍ରଣାଳୀରେ ପୋଟଳ ଚାଷ କରି ନିଜ ଅଞ୍ଚଳରେ ମଧ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି ।

jayashree
Leave A Reply

Your email address will not be published.