pakka

କୁଟାସିଂହା ଗାଁର ଇଷ୍ଟଦେବୀ ମା’ ଅଭୟା

bbehera

କୁଟାସିଂହା : କୁଟାସିଂହା ଗାଁ ପାଖ ଅଙ୍ଗ ନଦୀ କୂଲେ ଓସ୍ତ ଗଛ ମୂଳେ କାହିଁ କେଉଁ କାଳରୁ ମା’ ଅଭୟା ବିରାଜ ମାନ ହୋଇ ରହିଛନ୍ତି, ଶହେ ବର୍ଷ ପୂର୍ବେ ତତ୍କାଳୀନ ପାଟଣା ମହାରାଜ ପୃଥ୍ୱୀରାଜ ସିଂ ଦେଓ ଆଉ କୁଟାସିଂହା ଗୌନ୍ତିଆ ହରିବୋଲ ପାତ୍ରଙ୍କ ଅମଳରେ ମା’ଙ୍କ ଆବିର୍ଭାବ ହୋଇଥିଲା, ଜନ ଶୃତିରୁ ଯାହା ଜଣାଯାଏ ଥରେ କୁଟାସିଂହା ଗାଁରେ ହଇଜା ବ୍ୟାପିଗଲା ମଣିଷ, ଗାଈ ଗୋରୁ, ମଇଁଷି, ଛେଳି, ମେଣ୍ଢା ସମସ୍ତେ ମୃତ୍ୟ ମୁଖରେ ପଡିଲେ, ଗାଁ ଲୋକଙ୍କ ମନରେ ଭାଲେଣି ପଡିଗଲା କେମିତି ଏ ବିପଦରୁ ରକ୍ଷା ମିଳିବ, ଠିକ ସେହି ସମୟରେ ଗାଁର ଜଣେ ବ୍ରାହ୍ମଣ ମହିଳା ଗାଁ ପାଖ ନଈକୁ ଗାଧୋଇବାକୁ ଯାଇଥିଲେ, ଗାଧୋଇ ସାରି ଫେରିଲା ବେଳକୁ ମା’ ଅଭୟା କାଲି ତାଙ୍କ ଦେହରେ ଆବିର୍ଭାବ ହୋଇଗଲେ, ଯେହେତୁ ମା’ ତାଙ୍କ ଦେହରେ ଆସିଥିଲେ ଘରକୁ ସିଧା ସିଧା ଆସି ସେ ଘର ଲୋକଙ୍କୁ କହିଥିଲେ ତୁମେ ଯଦି ମୋର ପୂଜାର୍ଚ୍ଚନା କରିବ ଏଇ ହଇଜାରୁ ନିଶ୍ଚିତ ଭାବରେ ମୁଁ ଏ ଗାଁକୁ ରୋଗ ମୁକ୍ତ କରିଦେବି କିନ୍ତୁ ଏ କଥାକୁ କେହି ବିଶ୍ୱାସ କଲେ ନାହିଁ, ହସିଲେ, ଟାହି ଟାପରା କଲେ ତାପରେ ମହିଳା ଜଣକ କହିଲେ କ’ଣ ଭାବୁଛ ତୁମେ ମାନେ, ତୁମର ଯଦି ବିଶ୍ୱାସ ହେଉନାହିଁ ସିଧା ସିଧା ମୋ ପଛରେ ଆସ ତାପରେ ସେ ତାଙ୍କର ସେଇ ପୁରୁଣା ମାଟି ଘରକୁ ଯାହାକୁ ଢ଼ବା ଘର କହିଥାନ୍ତି ସେଇ ଘରକୁ ସେ ଚାଲିବାକୁ ଲାଗିଲେ । ତାଙ୍କ ପଛେ ପଛେ ସମସ୍ତ ଲୋକ ମାନେ ବି ଗଲେ, ସେଇ ଅନ୍ଧାର ଘରେ ପହଂଚିବା କ୍ଷଣୀ ଅନ୍ଧାର ଘର ପୁରା ଆଲୋକ ଚକିତ ହୋଇଗଲା ଏବଂ ତାଙ୍କ ଦେହରେ କିଛି ଫୋଟକା ସୃଷ୍ଟି ହେବାକୁ ଲାଗିଲା ଚକିତ କଳାଭାଲି ଦୃଶ୍ୟ ମାନ ଦେଖା ଗଲା, ଏ ସବୁ ଚମତ୍କାର ଦେଖି ତାପରେ ଲୋକଙ୍କ ବିଶ୍ୱାସ ହୋଇଗଲା ସମସ୍ତେ ମା’ ଅଭୟାଙ୍କ ପୂଜାର୍ଚ୍ଚନା କରିବାକୁ ଲାଗି ଗଲେ, ହଇଜା ରୋଗ ଶୋକ କୁଆଡେ ଉଭେଇଗଲା ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଶହେ ବର୍ଷରୁ ଅଧିକ ହେବ ମା’ ଅଭୟା କାଳୀଙ୍କ ପୂଜାର୍ଚ୍ଚନା ବା ଯାତ୍ରା ଧୁମ୍‌ଧାମ୍‌ରେ ପାଳନ କରାଯାଏ । ମା’ଙ୍କ ମହିମାର ଅନେକ କାହାଣୀ ଅଂଚଳବାସୀଙ୍କ ମୁଁହରୁ ଶୁଣିବାକୁ ନିଶ୍ଚିତ ପାଇବେ, ମା’ଙ୍କ ପ୍ରିୟ ନଡ଼ିଆ ହୋଇଥିବାରୁ କେହି କେହି ନଡ଼ିଆ ରାଣୀ ମଧ୍ୟ କହିଥାନ୍ତି । ବିପଦ ଆପଦରେ ଭକ୍ତି ଆଉ ସ୍ୱଚ୍ଛ ମନରେ ନଡ଼ିଆ ଟିଏ ଯାଚି ଯାହା ମନାସିବେ ନିଶ୍ଚିତ ଭାବରେ ତାହା ପୂରଣ କରିଥାନ୍ତି ମା’ ଅଭୟା, କେହି କେବେ ମା’ଙ୍କ ଦୁଆରୁ ଖାଲି ହାତରେ ଫେରିନାହିଁ, ଲକ୍ଷ ଲକ୍ଷ ନଡ଼ିଆ ଟ୍ରକରେ ଯାତ୍ରା ସମୟରେ ବିକ୍ରି ପାଇଁ ଆସିଥାଏ ମା’ଙ୍କ ଟିକିଏ କରୁଣା ପାଇବା ପାଇଁ ବଜାର ଦରଠାରୁ କମ୍‌ ଦାମ୍‌ରେ ନଡ଼ିଆ ବିକ୍ରି କରିଥାନ୍ତି ବେପାରୀ ଭାଇ ମାନେ, ବିଶେଷ କରି ଅନ୍ୟ ଦେବା ଦେବୀଙ୍କ ପୂଜାର୍ଚ୍ଚନା ଚୈତ୍ର ଓ ଦଶହରା ମାସରେ ହୋଇଥାଏ କିନ୍ତୁ ଏହି ଗାଁରେ ମା’ ଅଭୟାଙ୍କ ପୂଜାର୍ଚ୍ଚନା ଜ୍ୟୋଷ୍ଟ ମାସରେ ହୋଇଥାଏ, ଯେଉଁ ମହିଳାଙ୍କ ଦେହରେ ମାଙ୍କ ଆବିର୍ଭାବ ହୋଇଥିଲା ତାଙ୍କର ବଂଶଧରମାନେ ମା’ଙ୍କ ପୂଜା କରି ଆସୁଛନ୍ତି, ବର୍ତ୍ତମାନ ସେହି ମହିଳାଙ୍କ ଅଣ ନାତି ଆର୍ତ୍ତତ୍ରାଣ ପୁରୋହିତ ମା’ଙ୍କ ପୁଝାରୀ ଦାୟିତ୍ୱରେ ଅଛନ୍ତି, ଜ୍ୟୋଷ୍ଠ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ପର୍ଯ୍ୟନ୍ତ ସାତ ଦିନ ଧରି ରୀତି ନୀତି ଅନୁସାରେ ମା’ଙ୍କ ପୂଜାର୍ଚ୍ଚନା ହୁଏ, ଯାତ୍ରାର ପ୍ରଥମ ଦିନ ମା’ଙ୍କୁ ଓସ୍ତ ଗଛ ମୂଳରୁ ବରଣ କରି ଗାଁକୁ ଅଣାଯାଏ, ସାତ ଦିନ ଯାକ ସନ୍ଧ୍ୟାରେ ଛତର ଯାତ୍ରାରେ ବାହାରି ଖୋଲ, ତାଳ, ବାଜା, ଘଣ୍ଟ ବାଦ୍ୟର ତାଳେ ତାଳେ ଗାଁ ପରିକ୍ରମା କରିଥାନ୍ତି ପୁଣି ପୂର୍ଣ୍ଣମୀ ଦିନ ମା’ ବାହୁଡ଼ି ଯାଆନ୍ତି ସେଇ ଓସ୍ତ ଗଛ ତଳକୁ, ଏବେ ମା’ ଅଭୟା କାଳି ଯାତ୍ରା ମହୋତ୍ସବ ବୋଲି ନାମିତ ହୋଇଛି, ଯାତ୍ରାରେ ବହୁ ଲୋକଙ୍କ ସମାଗମ ହୋଇଥାଏ ବଲାଙ୍ଗିର ସମେତ ସନପୁର, ବରଗଡ, ସମ୍ବଲପୁର, ବୌଦ୍ଧ, କଳାହାଣ୍ଡି ତଥା ପଡୋଶୀ ରାଜ୍ୟମାନଙ୍କରୁ ମଧ୍ୟ ଭକ୍ତଙ୍କ ସୁଅ ଛୁଟି ଥାଏ ଅନ୍ନ ଛତ୍ର, ଜଳ ଛତ୍ର ଆଶୁ ଚିକିତ୍ସା କେନ୍ଦ୍ର, ଦମକଳ, ଆଇନ ଶୃଙ୍ଖଳା ସମସ୍ତ ସୁବିଧା ମାନ ଯୋଗାଇ ଦେଇଥାନ୍ତି ଜିଲ୍ଲା ପ୍ରସାଶନ ।

jay balangir
Leave A Reply

Your email address will not be published.

thirteen + 18 =

error: Content is protected !!