csstore

୨୦ରେ ସଇଁତଲା ଅଧିଷ୍ଟାତ୍ରୀ ଦେବୀ ମା’ ଚଣ୍ଡୀଙ୍କ ଯାତ୍ରା

ସଇଁତଲା, (ପ୍ରମୋଦ ସେଲମା ) : ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଧରାପୃଷ୍ଠରେ ମା’ଙ୍କ ଆଗମନ ହେବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଆସନ୍ତା ୧୪ ତାରିଖରୁ ଧରାପୃଷ୍ଠକୁ ଅବତରଣ କରିବେ ମା’ ଦଶଭୁଜା ଦୁର୍ଗା । ତା’ ପରେ ଗାଁ ଗାଁରେ ଆରମ୍ଭ ହେବ ଦେବୀ ପୂଜା । ଏହି ପୂଜାକୁ ନିଜ ନିଜ ଢଙ୍ଗରେ ପାଳନ କରିଥାନ୍ତି ଲୋକେ । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୪ ତାରିଖ ଦିନଠାରୁ ସଇଁତଲାଠାରେ ରୌପ୍ୟ ଜୟନ୍ତୀ ଅବସରରେ ନବଦିନାତ୍ମକ ନବରାତ୍ର ଦୁର୍ଗାପୂଜା ମହାଆଡ଼ମ୍ବରରେ ପାଳନ କରିବା ପାଇଁ ପ୍ରସ୍ତୁତି ଜୋରସୋର ଚାଲିଥିବା ବେଳେ ଆସନ୍ତା ୨୦ ତାରିଖରେ ସଇଁତଲା ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀଙ୍କ ଯାତ୍ରା ପ୍ରତିବର୍ଷ ଭଳି ଚଳିତ ବର୍ଷ ଧୁମଧାମରେ ପାଳନ କରିବା ପାଇଁ ମନ୍ଦିର ମୁଖ୍ୟ ପୂଜକ ଧର୍ମେନ୍ଦ୍ର ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଗାଁ ଗାଁ ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଚଣ୍ଡୀ ଯାତ୍ରାକୁ ନେଇ କାହିଁ କେତେ କାଳରୁ ଲୋକଙ୍କ ବିଶ୍ୱାସ ଅଛି ଯେ, ମା’ ଙ୍କ ଠାରେ ପୂଜାର୍ଚ୍ଚନା ଓ ମାନସିକ କଲେ ତାହା ପୂରଣ ହୋଇଥାଏ । ଏଣୁ ଯୁଗ ଯୁଗ ଧରି ଏହି ଚଣ୍ଡୀ ମନ୍ଦିର ଯାତ୍ରା ସମୟରେ ଦୂର ଦୁରାନ୍ତରୁ ଏପରିକି ରାଜ୍ୟ ବାହାରରୁ ମଧ୍ୟ ଭକ୍ତମାନେ ଆସି ମା’ ଙ୍କ ଦର୍ଶନ କରି ମାନସିକ ରଖିବା ପାଇଁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥାଏ । ଏହି ମନ୍ଦିର ବିଶେଷତ୍ୱ ରାଜାରାଜୁଡ଼ି ଅମଳରୁ ରହିଥିବା କୋଶଳ ଇତିହାସରେ ମଧ୍ୟ ବର୍ଣ୍ଣନା ହୋଇଥିବା ଜଣାଯାଏ । ଏଥିରେ ଦିହାରୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.