ଦିଲ୍ଲୀରେ ପୁରସ୍କୃତ ହେଲେ ଲସ୍ତଲା ଝିଅ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲସ୍ତଲା ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ କ୍ରୀଷ୍ଣା ସାହୁ ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ବିଜ୍ଞାନ ମେଳାରେ ନିଜର ବିଜ୍ଞାନ ପ୍ରକଳ୍ପ ସ୍ମାର୍ଟ ପ୍ରଦର୍ଶନ କରି ଦିଲ୍ଲୀରେ ଉଚ୍ଚ ପ୍ରଶଂସିତ ହୋଇ ପୁରସ୍କୃତ ହୋଇଛନ୍ତି ଏବଂ ଆଗକୁ ଆନ୍ତର୍ଜାତୀୟ ସ୍ତରରେ ହେବାକୁ ଥିବା ଜାପାନରେ ନିଜର ପ୍ରକଳ୍ପ ପ୍ରଦର୍ଶିତ କରିବା ପାଇଁ ମୋନାନୀତ ହୋଇଛନ୍ତି । ମୋନାପଡା ପଞ୍ଚାୟତ ଅନ୍ତର୍ଗତ ଟିଙ୍ଗିପାଲି ଗ୍ରାମର ବାସିନ୍ଧା ମାତା ବିନତି ସାହୁ ଓ ବାପା ନବୀନ ସାହୁଙ୍କ ଜ୍ୟୋଷ୍ଠ କନ୍ୟା କ୍ରିଷ୍ଣା ସାହୁ ଗତ ବର୍ଷ ଲସ୍ତଲା ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟରେ ଉକ୍ତ ପ୍ରକଳ୍ପ ପାଇଁ ବ୍ଲକସ୍ତରୀୟ, ଜିଲ୍ଲାସ୍ତରୀୟ ଓ ରାଜ୍ୟସ୍ତରୀୟରେ ଉତ୍ତିର୍ଣ୍ଣ ହୋଇ ଦିଲ୍ଲୀ ଯିବା ପାଇଁ ମୋନନୀତ ହୋଇଥିଲେ ଓ ଗତ ଦୁଇଦିନ ଧରି ଦିଲ୍ଲୀରେ ଚାଲିଥିବା ବିଜ୍ଞାନ ମେଳାରେ ନିଜର ପ୍ରକଳ୍ପ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବା ସହ ଯାପନ ଯିବା ପାଇଁ ମୋନନୀତ ହୋଇଛନ୍ତି ଯାହା ନିଜ ଗ୍ରାମ ଲସ୍ତଲ ତଥା ବରଗଡ଼ ଏବଂ ନିଜ ରାଜ୍ୟ ଓଡିଶା ପାଇଁ ଗର୍ବର ବିଷୟ ଅଟେ । କ୍ରିଷ୍ଣା ସହିତ ଗାଇଡ଼ ଶିକ୍ଷକ ଭାବରେ ଲସ୍ତଲା ନଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦିଲ୍ଲୀ ଯାଇଛନ୍ତି ।

Leave A Reply

Your email address will not be published.