csstore

ସ୍ୱାମୀ ମାଡ଼ରେ ଗୁରୁତର ହୋଇ ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି ହେଲେ ଜଣେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଦ ପିଇ ପ୍ରତ୍ୟହ ତାଙ୍କ ସ୍ୱାମୀ ମାର୍‌ପିଟ୍‌ କରୁଥିବା ବେଳେ ଗତରାତିର ନିର୍ଧୁମ୍‌ ମାଡ଼ରେ ଗୁରୁତର ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଜଣେ ମହିଳା । ସୂଚନା ଅନୁସାରେ ପୁଇଁତଲା ଥାନା ଅନ୍ତର୍ଗତ ଗଇଁତଲା ଗ୍ରାମର ହୃଦରଂଜନ କୁମ୍ଭାର ତେଜ କୁମ୍ଭାରଙ୍କୁ ୧୫ ବର୍ଷ ତଳେ ବାହା ହୋଇଥିଲେ । ସେମାନଙ୍କ ଦୁଇଟି ସନ୍ତାନ ଅଛନ୍ତି । କିନ୍ତୁ ସ୍ୱାମୀ ହୃଦରଂଜନ କୁମ୍ଭାର ପ୍ରତ୍ୟହ ମଦ ପିଇ ପତ୍ନୀ ତେଜଙ୍କୁ ତୋ’ ମାବାପାଙ୍କ ସହ କଥା ହେଉଛୁ ବୋଲି ଅଯଥାରେ ମାର୍‌ପିଟ୍‌ କରି ଆସୁଥିବା ବେଳେ ଗତରାତିରେ ପତ୍ନୀଙ୍କୁ ନିର୍ଧୁମ ମାଡ଼ ମାରିବାରୁ ସେ ଗୁରୁତର ଭାବେ ଆହତ ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ର ଅସ୍ଥିଶୈଲ୍ୟ ବିଭାଗରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.