ରାଉରକେଲା, (ସସ୍ମିତା ପ୍ରଧାନ) : ମହାନତା ଦେଖାଇଲେ ଦ ହ୍ୟୁମାନିଟି ଫାଉଣ୍ଡେସନର ସଦସ୍ୟମାନେ । ସୂଚନା ଅନୁସାରେ ଦ ହ୍ୟୁମାନିଟି ଫାଉଣ୍ଡେସନ ଆର୍ଏସ୍ପି କର୍ମଚାରୀ ଅରୁଣ କୁମାର ଶ୍ରୀରାମଙ୍କ ଦେହ ହଠାତ୍ ଖରାପ ହେବା କାରଣରୁ ତାଙ୍କୁ ଭେଲୋର ରେଫର୍ କରାଯାଇଥିଲା । ସେଠାରେ ତାଙ୍କୁ ୪ ୟୁନିଟ୍ ଓ-ପଜିଟିଭ୍ ବ୍ଲଡ୍ର ଆବଶ୍ୟକତା ପଡ଼ିଥିଲା । ହେଲେ ସେଠାରେ ତାଙ୍କୁ ରକ୍ତ ମିଳିନଥିଲା । ଦ ହ୍ୟୁମାନିଟି ଫାଉଣ୍ଡେସନର ମେମ୍ବରମାନେ ଏହି ଖବର ପାଇ ରକ୍ତଦାନ କରିଛନ୍ତି । ଗତ ୯ ତାରିଖ ସକାଳେ ଭେଲୋର ସିଏମ୍ସିରେ ପହଞ୍ଚି ଶେଖର ସାହୁ, ବିଜୟା ନନ୍ଦ ସୁନ୍ଦରାୟ, ସ୍ୱରୂପ ତିୱାରୀ ଓ ଯଶବୀର ସିଂ ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇଥିବା ବେଳେ ତାଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।