csstore

କମ୍ୟୁନିଟି ଗୃହର ଶୁଭ ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସନ୍ଧ୍ୟାରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ.୪ ତାଲପାଲିପଡା ରାଧାକୃଷ୍ଣ ନଗର ଗସ୍ତ କରି ପଡାବାସୀଙ୍କ ଅବସର ବିନୋଦନ ସକାଶେ ନିଜ ବିଧାୟକ ଅନୁଦାନ ପାଣ୍ଠିରେ ନିର୍ମିତ ଏକ କମ୍ୟୁନିଟି ସେଣ୍ଟରର ଶୁଭ ଭିତ୍ତିପ୍ରସ୍ତର ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭିତ୍ତିପ୍ରସ୍ତର ପରବର୍ତ୍ତି ସଭାରେ ଶ୍ରୀ ମିଶ୍ର ସମବେତ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିବା ସହ ତାହାର ବିହିତ ସମାଧାନ ସକାଶେ ପଦକ୍ଷେପ ନେବାପାଇଁ ପ୍ରତିଶୃତି ଦେଇଥିଲେ । ରାଧାକୃଷ୍ଣ ନଗରର ରାସ୍ତା ଯେପରି ନବକଳେବର ପାଇପାରିବ ସେ ଦିଗରେ ସେ ଦୃଷ୍ଟି ଦେବେ ବୋଲି କହିଥିଲେ । ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ବଂଚିଥିବା ପର୍ୟ୍ୟନ୍ତ ବଲାଙ୍ଗିର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଅହରହ ନରନ୍ତର ଚେଷ୍ଟା ଜାରି ରହିବ ବୋଲି କହିଥିଲେ । ଆଜି ଅନୁଷ୍ଠିତ ଏହି ସଭାରେ ୱାର୍ଡ ନଂ.୪ ର କାଉନସିଲର ଅରବିନ୍ଦ ପରୁଆ, ବସନ୍ତ ମହାନ୍ତି, ବସନ୍ତ ଷାଣ୍ଢ, ପରକ୍ଷୀତ ଶତପଥି, ବାସୁଦେବ ମେହେର ପ୍ରମୁଖ ମଂଚାସିନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଉନ ସଭାପତି ବୁଲୁ ଦାନି, ଜିଲ୍ଲା ଉପ-ସଭାପତି ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, କୈଳାସ ମିଶ୍ର, ସୁମନ୍ତ ପଣ୍ଡା, ଅଭିନାଶ ସାଏ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.