csstore

ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ପ୍ରସ୍ତୁତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୩ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ପ୍ରସନ୍ନ ସାମଲ ସ୍ଵାଗତ ଭାଷଣ ଦେବା ସହ ଆୟୋଜିତ ହେବାକୁ ଥିବା ମେଳାର ରୂପରେଖ ଜଣାଇଥିଲେ । ଏହି ମେଳାକୁ ଲୋକାଭିମୁଖୀ ଏବଂ ଆକର୍ଷଣୀୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବିଭିନ୍ନ ବିଭାଗ ଷ୍ଟଲ ସାହାଯ୍ୟରେ ଯୋଜନାଗୁଡିକୁ ପ୍ରଦର୍ଶନୀ ମଣ୍ଡପ ମାଧ୍ୟମରେ ପ୍ରଦର୍ଶିତ କରିବେ । ନଭେମ୍ବର ୧୬, ୧୭ ଦୁଇଦିନ ହେବାକୁ ଥିବା ଏହି ମେଳାରେ ସଂସ୍କୃତିକ କାର୍ଯ୍ୟକ୍ରମ, ଚାଷୀ ବୈଜ୍ଞାନିକ ଆଲୋଚନା, ପୁରସ୍କାର ବିତରଣ ଭଳି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂର୍ବ ଅଭିଜ୍ଞତାରୁ ମେଳାକୁ ସୂଚାରୁ ରୂପେ ସଫଳ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ନିର୍ଦେଶ ଦେଇଥିଲେ । ଉକ୍ତ ବୈଠକରେ ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁକାରାମ ମୁଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଡ଼ିପିସି ମିଶନ ଶକ୍ତି ସୁମନ ଦ୍ଵିବେଦୀ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.