oom

ସଇଁତଲାରେ ପହଞ୍ଚିଲା ସାଇବର ସୁରକ୍ଷା ଅଭିଯାନ ରଥ

jsmm

ସଇଁତଲା, (ପ୍ରମୋଦ ସେଲମା ) : ଦିନକୁ ଦିନ ସାଇବର ଠକେଇ ଘଟଣା ବଢ଼ିବାରେ ଲାଗିଛି । ଏହି ଠକାମୀ ବିଷୟରେ ସଚେତନତା ଅଭାବରୁ ଅନେକ ଲୋକ ଠକମାନଙ୍କର ଜାଲରେ ଫସି ଯାଉଥିବା ଦେଖାଦେଇଛି । ଏହି ସାଇବର ଠକେଇରୁ ଲୋକେ ବଞ୍ଚିତ ହେବା ପାଇଁ ଓଡ଼ିଶା ପୋଲିସ ଠକାମୀକୁ ରୋକିବା ପାଇଁ ସଚେତନତା ଆରମ୍ଭ କରିଛି । ଏହି ପରିପେକ୍ଷୀ ସାଇବର ସୁରକ୍ଷା ଅଭିଯାନ ରଥ ସଇଁତଲା ଠାରେ ପହଞ୍ଚିବା ପରେ ସଇଁତଲା ପୁଲିସ ଓ ଜନସାଧାରଣ ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ବିଡ଼ିଓ ଚନ୍ଦ୍ରମଣି ନାଗ, ତହସିଲଦାର ମାନସଫିଲ କେରକେଟା, ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ସିଡିପିଓ ସବିତା ଦାସ, ସଇଁତଲା ଓକିଲ ସଂଘ ସଭାପତି ମାନଭଞ୍ଜନ ପାଣିଗ୍ରାହୀ, ବରିଷ୍ଠ ନାଗରିକ ମଦନଲାଲ ଅଗ୍ରୱାଲ ଓ ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ ସେଲମା ପ୍ରମୁଖ ଯୋଗଦାନ କରିଥିଲେ । ଏହି ସାଇବାର ସୁରକ୍ଷା ଅଭିଯାନରେ ମୁଖ୍ୟତଃ ସାମାଜିକ ଗଣମାଧ୍ୟମ ବ୍ୟବହାରରେ ସତର୍କତା, ପିଲାମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରଖିବା, ବିଭିନ୍ନ ଅର୍ଥ କାରବାରରେ ସତର୍କତା, ଅନଲାଇନ ସପିଙ୍ଗ୍‌, ଟାୱାର ବସେଇବା ନାମରେ ହେଉଥିବା ଠକେଇ, ମିଥ୍ୟା ନିଯୁକ୍ତି ଠକେଇ ଭଳି ଅନେକ ସାଇବର ଠକେଇରେ ଲୋକେ ହେଉଥିବା ଠକାମୀର ଶିକାରରୁ କିଭଳି ସୁରକ୍ଷା କରାଯାଇ ପାରିବ ସେ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସଇଁତଲା ଥାନା ପରିସରରେ ସଚେତନତା ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକମାନଙ୍କୁ ବୁଝାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଅଧ୍ୟକ୍ଷତା କରିଥିବା ବେଳେ ସଇଁତଲା ଆଇଆଇସି ଅବନୀ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ବଲାଙ୍ଗିର ସାଇବର ଥାନା ଅଧିକାରୀ ଜ୍ୟୋସ୍ନାରାଣୀ ବେହେରା ସାଇବର ଠକେଇରେ ଶୀକାର ହେଉଥିବା ଲୋକେମାନେ କିପରି ମୁକ୍ତି ପାଇବେ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ଏହି ରଥ ଗତ ୨ ଦିନ ଧରି ସଇଁତଲା ପୋଲିସ ଷ୍ଟେସନ, ପଞ୍ଚାୟତ ସମିତି କଲେଜ, ପଞ୍ଚାୟତ ବାଳକ ଉଚ୍ଚ ବିଦ୍ୟାଳୟ ଓ ବଡ଼ମାଳ ଗୋକାବାରୁଦ କାରଖାନା ପରିସରରେ ପହଂଚି ଲୋକମାନଙ୍କୁ ସଚେତନତା କରିଥିଲା । ଏହି କାର୍ଯ୍ୟକ୍ରମରେ ସଇଁତଲା ଏସଆଇ ଆଲୋକ ପ୍ରସାଦ ଭୋଇ, ଟିକ୍ରାପଡା ଫାଣ୍ଡି ଅଧିକାରୀ ଗୋପାଳ ମିଶ୍ର, ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ ଙ୍କ ସମେତ ସଇଁତଲା ଥାନାର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଏଥିରେ ଆଇନଜୀବି, ସାମ୍ବାଦିକ ସଂଘ, ଶିକ୍ଷକ ସଂଘ, ଅଗ୍ନିଶ୍ରମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ସରପଞ୍ଚ, ସମିତି ସଭ୍ୟସଭ୍ୟା, ବଣିକ ସଂଘ, ଅଙ୍ଗେନୱାର୍ଡ କର୍ମୀ, ଆଶା କର୍ମୀ, ସିଆପିସିଏମ, ଏମବିକେ, ଥାନା କର୍ମଚାରୀ, ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନର କର୍ମଚାରୀମାନେ ଉପସ୍ଥିତ ରହି ସତର୍କ ଓ ସଚେତନ ରହିଲେ ସାଇବର ଠକେଇ ରୋକା ଯାଇପାରିବ ବୋଲି ପ୍ରକାଶ ପାଇଥିଲା ।

jittmm
Leave A Reply

Your email address will not be published.