ppurohit

କେରମେଲିରେ ବ୍ଲକସ୍ତରୀୟ କ୍ରିକେଟ ଚୟନ ଶିବିର ଉଦଘାଟିତ

2nd

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କେରମେଲି ପଞ୍ଚାୟତ ହାଇସ୍କୁଲ ଖେଳ ପଡିଆ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ଚୟନ ଶିବିର ଉଦଘାଟିତ ହୋଇଯାଇଛି । ଉକ୍ତ ଶିବିରରେ ମୁଖ୍ୟଅତିଥି ଭାବରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଅନ୍ୟତମ ସମ୍ନାନୀତ ଅତିଥି ଭାବରେ କେରମେଲି ସରପଞ୍ଚ ଅଶୋକ ସାହୁ, ଶିକ୍ଷା ବିଭାଗ ସେକସନ ଅଫିସର ଦାୟିତ୍ୱ ଥିବା ବିଦ୍ୟାଳୟ ଶିକ୍ଷୟତ୍ରୀ ମୋନାଲିସା ମହାପାତ୍ର, ସ୍କୁଲ ପରିଚାଳନା କମିଟି ସଭାପତି ଯଜ୍ଞ ଦାସ ପ୍ରମୁଖ ଯୋଗଦାନ କରି ଉଭୟ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସଭାକୁ ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ସଂଯୋଜିକା ରଞ୍ଜିତା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଚୟନରେ ୧୪ରୁ ୧୭ ବର୍ଷ ବୟସରୁ କମ ବାଳକ ଓ ବାଳିକା ମାନଙ୍କୁ ନେଇ ଚୟନ କରାଯାଇଥିଲା । ଉକ୍ତ ଖେଳରେ ଜୁନିଅର ଓ ସିନିୟରମାନଙ୍କୁ ନେଇ କ୍ରିକେଟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ୨୫ଗୋଟି ବିଦ୍ୟାଳୟର ୮୦ ଟି ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ୧୬ ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ ହୋଇଛନ୍ତି । ଉକ୍ତ ଶାରୀରିକ ଶିକ୍ଷକ ବିନୋଦ ବେହେରା, ଅଭିମନ୍ୟୁ ଭୋଇ, ହିମାଂଶୁ ବିଶ୍ୱାଲ, ପ୍ରସାନନ୍ଦ ବାଗ, ସୁଦର୍ଶନ ନାୟକ, ବନିତା ବନଛୋର, ଆଶୁତୋଷ ରାଜପଲିଆଙ୍କ ସମେତ ସମସ୍ତ ଶାରୀରିକ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.