
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଆଦର୍ଶ ସାହିତ୍ୟ ଘର ଠାରେ ପାଳିତ ହୋଇଯାଇଛି। ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ଵ ଓ ଅଶୋକ ବଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳମଣିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଲେ ଯେ ଓଡ଼ିଆ ଭାଷା, ଜାତି ଓ ଅସ୍ମିତାର ପ୍ରତୀକ ହେଉଛନ୍ତି ଗୋପବନ୍ଧୁ । ଏହା ସହ ତାଙ୍କ ଆଦର୍ଶରେ ଯୁବପିଢି ଅନୁପ୍ରାଣିତ ହେବାପାଇଁ ସେ ଆହ୍ୱାନ ଦେଇଥିଲେ। ସମ୍ମାନିତ ବକ୍ତା ଭାବେ ଡ଼ାକ୍ତର ଉତ୍ତମ ଚରଣ ଜେନା, ଉପଦେଷ୍ଟା ଇଂ ଅଭୟ କୁମାର ଦାସ ପ୍ରମୁଖ ଯୋଗଦେଇ କହିଲେ ଯେ ଗୋପବନ୍ଧୁଙ୍କ ଦୟାଦ ଭାବେ ଓଡ଼ିଆ ଭାଷା କିପରି ସୁରକ୍ଷିତ ରହିବ ସେଥିପାଇଁ ସମସ୍ତେ ମିଳିତ ଭାବେ ପ୍ରୟାସ କରିବା ଦରକାର । କାର୍ଯ୍ୟକ୍ରମରେ ବକ୍ତା ଭାବେ ବିଭିନ୍ନ ବର୍ଗର ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଯାଇନି ପ୍ରିୟଦର୍ଶିନୀ ଜେନା, ଅନନ୍ୟା ପାଢ଼ୀ,ସୋମଦେଵ ମହାରଣା, ମୋହିତ ପଣ୍ଡା, ଶ୍ରେୟସୀ ସାହୁ ଓ ଶାଳିନୀ ପୋଥାଳ ପ୍ରମୁଖ ସାମିଲ ହୋଇ ସତ୍ୟବାଦୀ ବନବିଦ୍ୟାଳୟ ବନାମ ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଦୀନବନ୍ଧୁ ଗୋପବନ୍ଧୁ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପୂର୍ବରୁ ଗୋପବନ୍ଧୁ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଡ଼ଃ ସମର ଭୁଜାଲି, ଡ଼ଃ ସୁମନ ଦତ୍ତ, ତାରିଣୀ ଚରଣ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ସର୍ଵଶ୍ରୀ ବାଉରୀବନ୍ଧୁ ସାହୁ,ଡା ବସନ୍ତ ଦାସ,ବିଜୟ ପାତ୍ର, ଡ଼ଃ ସନାତନ ପ୍ରଧାନ, କୁଞ୍ଜବିହାରୀ ରାଉତ, ଅର୍ଚ୍ଚନା ମହାନ୍ତି, ଡ଼ଃ ଜୟନ୍ତୀ ପାଢ଼ୀ,ଟୁକୁଲା ପାଢ଼ୀ, ମନୋଜ ପଣ୍ଡା, ଦୀନବନ୍ଧୁ ରଥ, ସନ୍ତୋଷ ରଥ,ଅଟମ ରଥ, ପ୍ରଦୀପ କୁମାର ପଟ୍ଟନାୟକ, ପଞ୍ଚାନନ ପାତ୍ର, ପର୍ଶୁରାମ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।