csstore

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ତରଫରୁ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ୧୪୬ତମ ପୁଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ କୁମାର ଯୋଶୀ ଯୋଗଦେଇଥିଲେ । ପ୍ରାରମ୍ଭରେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ଵକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଗୋପବନ୍ଧୁ ଦାସଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଅଶୋକ ନାରାୟଣ ଭୋଇ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ ଯାଦବ, ଉପଦେଷ୍ଟା ଅଶୋକ କୁମାର ଖମାରୀ, ସଂଘର ସଦସ୍ୟ ସୁଶାନ୍ତ କୁମାର ବେହେରା,ରାଧେଶ୍ୟାମ ମେହେର, ଦୀପକ କୁମାର ପାଣିଗ୍ରାହୀ ପ୍ରମୁଖଙ୍କ ସହ ରାମଚନ୍ଦ୍ର ରଣା,ଭକ୍ତବନ୍ଧୁ ସାହୁ, କୁନୁ ଭୋଇ,ସତ୍ୟବାନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.