oom

କୈବର୍ତ୍ତ ସମାଜର ନୂଆଁଖାଇ ଭେଟଘାଟ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ଦିନ ସ୍ଥାନୀୟ ମୀନା ଟେଣ୍ଟ ହାଉସରେ ପୌରାଞ୍ଚଳ କୈବର୍ତ୍ତ ସମାଜର ନୂଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି । ପ୍ରଥମେ ରାଣୀସାଗରରୁ ଶତାଧିକ ମହିଳା କଳସ ଆଣି ମା ଅଶ୍ୱିନୀ ବା ସେଲି ସମଲେଶ୍ଵରୀଙ୍କ ଠାରେ ସ୍ଥାପନା କରିଥିଲେ । ପରେ ମାଙ୍କ ଠାରେ ପୂଜାର୍ଚ୍ଚନା କରିବା ସହିତ ଜାତି ସଂଗୀତ ଗାନ କରି ପତାକା ଉତ୍ତୋଳନ କରିଥିଲେ। ସଭାପତି ରୋହିତ କୁମାର ସେଠୀଙ୍କ ସଭାପତିତ୍ୱରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ରତିକାନ୍ତ ନାଏକ, ସମ୍ମାନୀତ ଅତିଥି ଭାବେ ନିତ୍ୟାନନ୍ଦ ବୁଡେକ, ପଞ୍ଚାନନ ସେଠ୍ ଯୋଗଦେଇ ସମାଜର ଉନ୍ନତି ଦିଗରେ ସମସ୍ତେ କାର୍ଯ୍ୟକରିବା ଉଚିତ ବୋଲି କହିଥିଲେ । ଦ୍ୱିତୀରଞ୍ଜନ ମହାଲିଙ୍ଗ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ପ୍ରଫୁଲ୍ଲ କୁମାର ସା ବିବରଣୀ ପାଠ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଗୋପୀନାଥ ଦଣ୍ଡସେନା । ଧନ୍ୟବାଦ ଦେଇଥିଲେ ଟଙ୍କଧର ବାରିକ । ଦ୍ୱିତୀୟ ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସୁଶୀଲ ମହାଲିଙ୍ଗ ଓ ମୁସ୍କାନ ମଲ୍ଲିକ ଦର୍ଶକଙ୍କୁ ନଚେଇ ଦେଇଥିଲେ । ରେକର୍ଡ଼ ଡାନ୍ସରେ ୫୦ରୁ ଅଧିକ ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ ଏବଂ ରାଜେଶ ଦଣ୍ଡସେନା ପରିଚାଳନା କରିଥିଲେ । ତିନି ହଜାରରୁ ଅଧିକ ଜାତି ଭାଇମାନେ ଯୋଗ ଦେଇ ନୂଆଁଖାଇ ଭେଟଘାଟର ମଜା ଉଠେଇ ଥିଲେ । ଏଥିରେ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.