ମ.ରାମପୁର ବ୍ଲକ ଆଦିବାସୀ ସଂଘର ନୂଆଖାଇଁ ଭେଟ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ଆଦିବାସୀ ସଂଘ ତରଫରୁ ନୂଆଖାଇଁ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ମ.ରାମପୁର ଚାରିଛକଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଦାବି ନେଇ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ପରେ ବିରାଟ ସ୍ଥିତ ସେବାଜଗତଠାରେ ଧୁବା ପନ୍ଦରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ମ.ରାମପୁର କର୍ମଚାରୀ ସଂଘ ସଭାପତି ରାଧୁ ପାତ୍ର, ମୁଖ୍ୟ ବକ୍ତା ଡ଼ କୌତୁକ ପନ୍ଦର, ସମ୍ମାନୀତ ଅତିଥି ସିତୟା ମାଝୀ, ପ୍ରକାଶ ମାଝୀ, ଲକ୍ଷ୍ମଣ ଭୋଇ, ସମ୍ପଦ ବରିହା, ଗୌତମ ପାତ୍ର, ଯୁବରାଜ ପାଟ ମାଝୀ, ସିଂଗମତ ମାଝୀ, ଲିଙ୍ଗରାଜ ପାତ୍ର, ଲୋଚନ ଧରୁଆ, ବିଶିକେଶନ ମାଝୀ, ଲଳିତ ଭୋଇ ପ୍ରମୁଖ ଯୋଗ ଦେଇଥିବା ବେଳେ ଧନ ସିଂ ମାଝୀ ମଞ୍ଚ ପରିଚାଳନା କରିଥିଲେ । ବିବରଣୀ ପଠନ ଦାଶରଥି ମାଝୀ ଓ ଧନ୍ୟବାଦ ଅର୍ପଣ କରିଥିଲେ ଅଗସ୍ତି ମାଝୀ । ଏଥିରେ ମ.ରାମପୁର ବ୍ଲକର ସମସ୍ତ ପଞ୍ଚାୟତରୁ ଆଦିବାସୀମାନେ ଏକଜୁଟ ହେଇଥିଲେ ।

jittmm
Leave A Reply

Your email address will not be published.