oom

କାର୍ମେଲ ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ଓ ପ୍ରଜାପତି ବ୍ରହ୍ମକୁମାରୀର ମିଳିତ ଆନୁକୂଲ୍ୟରେ ସଚେତନତା କାର୍ଯ୍ୟକ୍ରମ ହମିରପୁର ସ୍ଥିତ କାର୍ମେଲ ସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି । ଭାଇବ୍ରାଣ୍ଟର ସଭାପତି ଗଣେଶ୍ୱର ପଟ୍ଟନାୟକଙ୍କ ସଭାପତିତ୍ୱ ଓ ସମ୍ପାଦକ ଡଃ ସଞ୍ଜୁକ୍ତା ପତିଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ ‘ନିଶା ଓ ମାନସିକ ଚାପରୁ ମୁକ୍ତି’ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଅତିଥି ଭାବେ ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଫିଦେଲିସ୍, ଓଏସ୍‌ଏପିର ପ୍ରାକ୍ତନ କମାଣ୍ଡାଣ୍ଟ ଦିଲ୍ଲିପ କୁମାର ମହାପାତ୍ର, ଓଡ଼ିଶା ପୁଲିସ କ୍ରାଇମବ୍ରାଞ୍ଚର ଇନିସପେକ୍ଟର ଉମେଶ ବେହେରା ଓ ଆଲୋଚକ ଭାବେ ଆର୍‌ଏସ୍‌ପିର ପ୍ରାକ୍ତନ ଅଧିକାରୀ ରୋଟାରୀଆନ ଅଜିତ୍ ପୁଜାରୀ ତଥା ପ୍ରଜାପତି ବ୍ରହ୍ମକୁମାରୀ ତରଫରୁ ବ୍ରହ୍ମକୁମାରୀ ଡିକେ ଅଞ୍ଜଳି ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ କିପରି ନିଶା ଓ ମାନସିକ ଚାପରୁ ମୁକ୍ତି ପାଇବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ୨୫୦ରୁ ଅଧିକ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ର, ରୋଟାରୀଆନ ଡ଼ଃ ମୀନତି ପଣ୍ଡା, ରୋଟାରୀଆନ ଅନିତା ନାୟକ, ରୋଟାରୀଆନ ବସନ୍ତ କୁମାର ତନ୍ତୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ସ୍କୁଲର କୌଶିକ ଦାସ, ଜୟଶ୍ରୀ ମିଶ୍ର, ଶ୍ରୀଜା, ଜୁଲି, ଅନିତା, ସନ୍ତୋଷ, ଅଚାନୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମୋନାଲିସା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.